କେନାଲ ପାଣିରେ ବୁଡିଲା ଘର ; ମଶା, ଡାଉଁଶ ସରୀସୃପ ଭୟରେ ପରିବାର ଲୋକ ଉଜାଗର ରହୁଛନ୍ତି
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ମୁଦୁଲିସାହିର ଲକ୍ଷ୍ମୀଧର ମୁଦୁଲିଙ୍କ ଘର ଓ ବାରିରେ କେନାଲ ପାଣିରେ ଉବୁଟୁବୁ ହେଉଛି । ଲକ୍ଷ୍ମୀଧରଙ୍କ ଘର କେନାଲ ପାଖରେ ହୋଇଥିବାରୁ ଏହି ସମସ୍ୟା ଦେଖାଯାଇଛି । ଯାହା ଫଳରେକି ମଶା, ଡାଉଁଶ ଓ ସରୀସୃପ ମାନେ ଲକ୍ଷ୍ମୀଧରଙ୍କ ଘରେ ବୁଲୁଥିବାରୁ ପରିବାର ଲୋକମାନେ ଭୟରେ ରାତିରେ ଶୋଉନାହାନ୍ତି । ଅନ୍ୟ ପକ୍ଷେ କେନାଲରେ ପାଣି ଅଧିକ ହେବାରୁ ବନ୍ଦବାଡ ବୁଡି ପାଣି ଲକ୍ଷ୍ମୀଧରଙ୍କ ଘରେ ପଶୁଥିବା ଜଣାପଡିଛି । ଚାଷୀ ମାନେ ବିଲରେ ପାଣି ପାଉ ନ ଥିବା ବେଳେ ଏବେ କେନାଲ ପାଣି ଗାଁ ଗଣ୍ଡାରେ ମାଡୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଚନ୍ଦନପୁର ମେନ କେନାଲରୁ ବାହାରିଥିବା ଆନନ୍ଦପୁର ଶାଖା କେନାଲରେ ଏବେ ପାଣି ଛଡାଯାଇଛି । ଯାହା ଫଳରେକି ଶାଖା କେନାଲ ଗୁଡିକ ଫନି ପରଠାରୁ ସେହିପରି ପଡି ରହିଛି । ସଫା ସୁତରା କରାଯାଉନାହିଁ । ଯାହା ଫଳରେକି ପାଣି ଆସିବା ଯୋଗୁ ସଠିକ ପାଣି ନିଷ୍କାସନ ନହୋଇ ଲୋକ ମାନଙ୍କ ଘର ଦ୍ୱାରରେ ପାଣି ପଶୁଥିବା ଜଣାପଡିଛି । ଏହି ଶାଖା କେନାଲ ଗୁଡିକର ରକ୍ଷଣ ବେକ୍ଷଣ ଦାୟତ୍ୱ ପାଣି ପଞ୍ଚାୟତ ନେଇଛି । ସେମାନେ କେନାଲରୁ ଘାସ ଓ ଦଳ ସଫା କରିବା ପରିବେର୍ତ୍ତ ଘାସ ମରା ଔଷଧ ପକାଇ ଦେଇ ହଜାର ଜହାର ଟଙ୍କା ବିଲ କରି ନେଇଥବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଏହା ଯୋଗୁ ଆଜି ଲକ୍ଷ୍ମୀଧରଙ୍କ ଘରେ କେନାଲ ପାଣି ପଶିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି