Breaking News

କରୋନା କଟକଣା ହେଲା ଦୁଗ୍ଧ ଚାଷୀଙ୍କୁ କାଳ,ବିକ୍ରି କରି ନପାରି ରାସ୍ତାରେ ଢାଳିଲେ

  ବରଗଡ଼ ----ମହାମାରୀ ଏବେ ଚାରିଆଡେ ତାର କାୟା ବିସ୍ତାରକରି ଲୋକଙ୍କୁ ଧୈର୍ଯ୍ୟ ହରା କରିସାରିଲାଣି। ସେହିପରି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବ
 କେତେବେଳେ ଲକ୍‌ଡାଉନ ତ ଆଉ କେତେବେଳେ ଶଟଡାଉନ କଟକଣା ଲାଗୁ କରିଛନ୍ତି।ଏଭଳି ସ୍ଥିତିରେ ଲୋକଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇ କାମଧନ୍ଦା ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡିଛି। ଏପରିକି ଏଥିରୁ ମଧ୍ୟ ବାଦ୍‌ ପଡି ନାହାନ୍ତି ଦୁଗ୍ଧ ଚାଷୀ । ଓମ୍‌ଫେଡ ପରିଚାଳିତ ସମଲେଶ୍ବରୀ ଦୁଗ୍ଧ ଉତ୍ପାଦକ ସଂଘ, ସମ୍ବଲପୁର ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହକୁ ବନ୍ଦ କରି ଦେଇଛି। ଫଳରେ ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଦୁଗ୍ଧ ଉତ୍ପାଦକ ସମିତି ଗୁଡ଼ିକରେ ତାଲା ଝୁଲୁଥିବା ଯୋଗୁ ଚାଷୀମାନେ କ୍ଷୀର ବିକ୍ରି କରି ପାରୁ ନାହାନ୍ତି। ଅନ୍ୟପଟେ କରୋନା କଟକଣାରେ ପୋଲିସ ଭୟରେ ଚାଷୀମାନେ ବଜାରକୁ ମଧ୍ୟ କ୍ଷୀର ବିକ୍ରି କରିବା ପାଇଁ ଯାଇ ପାରୁନାହାନ୍ତି। ଏ ନେଇ ଉତ୍ପାଦିତ କ୍ଷୀର ନଷ୍ଟ ହେବାରେ ଲାଗିଛି। ଏହାର ପ୍ରତିବାଦରେ ବରଗଡ଼ ବ୍ଲକ କଲାପାଣି ଅଞ୍ଚଳର ଚାଷୀମାନେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶତାଧିକ ଲିଟର କ୍ଷୀର ଢାଳିଛନ୍ତି। ଯେଉଁଠି ମଦ ଦୋକାନ ଖୋଲି ତାହା ବିକ୍ରି ହୋଇ ପାରୁଛି, ସେଠି ଦୁଗ୍ଧ ଉତ୍ପାଦକ ସମିତି ଖୋଲା ରଖି କାହିଁକି କ୍ଷୀର କିଣାଯାଇ ପାରିବ ନାହିଁ ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ତେବେ ପ୍ରଶାସନ କିମ୍ବା ସରକାର କ୍ଷୀର ବିକ୍ରି ଦିଗରେ ଶୀଘ୍ର ପଦକ୍ଷେପ ନ ନେଲେ ସମସ୍ତ ଚାଷୀ ସଂଗଠିତ ହୋଇ ଆଗକୁ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

Blog Archive

Popular Posts