ନିମ୍ନ ମାନର କାମ ; ଜେଇଙ୍କ ଅନୁପସ୍ଥିତରେ ରାସ୍ତା ଢ଼ଳେଇ ଶେଷ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ୩ଂ ୱାର୍ଡ ତଥା ମୁଦୁଲିସାହିରେ ଗୋଡି ସିମେଣ୍ଟ ଢ଼ଲେଇ ରାସ୍ତା ଉପରେ ନୂତନ ଗୋଡି ସିମେଣ୍ଟ ଢ଼ଲେଇ ରାସ୍ତା କରାଯାଇଛି । ଏହା ଅତି ନିମ୍ନ ମାନର ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ ଗୋଡି ସିମେଣ୍ଟ ଢ଼ଲେଇ ରାସ୍ତା ତଡା ନ ଯାଇ ସେହି ରାସ୍ତା ଉପରେ କାମ କରାଯାଇଛି । କାମ ସମୟରେ ବ୍ଳକର ଜେଇ ବା ସହକାରୀ ଯନ୍ତ୍ରୀ ଉପସ୍ଥିତ ରହିନଥିଲେ । ଯାହା ଫଳରେକି ଢ଼ଲେଇ ରାସ୍ତାର ମାନଗୁଣ ସଠିକ ନାହିଁ ବୋଲି ଲୋକମାନେ କହନ୍ତି । ଏହି ରାସ୍ତା କାମ କେତେ ଟଙ୍କା ତାହା କେବଳ ସରପଞ୍ଚ ଜାଣନ୍ତି ବୋଲି ଲୋକମାନେ କହନ୍ତି । ଏହି ରାସ୍ତା ପାଇଁ କେତେ ଟଙ୍କା ଅନୁମୋଦନ ହୋଇଛି ସେ ସମ୍ପର୍କରେ ବୋର୍ଡ ଲାଗି ନାହିଁ । ଯାହା ଫଳରେକି ଲୋକମାନେ ଅନ୍ଦାରରେ ରହିଛନ୍ତି । ବିଲ ହେବା ସମୟ ହେଲେ ରାତି ଅଧରେ ବୋର୍ଡ କରାଯିବ ବୋଲି ଗ୍ରାମବାସୀ ମାନେ କହନ୍ତି । ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଏହି ରାସ୍ତା କାମ ତଦନ୍ତ କରିବା ପାଇଁ ଲୋକମାନଙ୍କ ପକ୍ଷରୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି