Breaking News

ସର୍ଟସର୍କିଟିରୁ ନିଆଁ ଲାଗି ଦୁଇ ବଖରା ଭସ୍ମୀଭୂତ



ଓଡ଼ଗାଁ/କୁରାଳ- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଭଗବତୀ ପ୍ରସାଦ ଗ୍ରାମ ଗୋଲାସାହିର ବାଉରିଆ ପାତ୍ରଙ୍କ ଘରେ ସର୍ଟ ସର୍କିଟିରୁ ନିଆଁଲାଗି  ଦୁଇ ବଖରା ଚାଳ ଘର ସମେତ ସମସ୍ତ ଆସବାପତ୍ର ପୋଡି ପାଉଁଶ  ହୋଇଯାଇଛି ।
ସୂଚନା ଅନୁଯାୟୀ ବାଉରିଆ ପାତ୍ର  ବିଲକୁ ଯାଇଥିବା ସମୟରେ ବିଦ୍ୟୁତ ତାରରେ ସର୍ଟ ସର୍କିଟ ହେବାରୁ ନିଆଁ  ଲାଗିଥିବାର ଦେଖି ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘରେ ଗଚ୍ଛିତ ଥିବା ଚାଉଳ,ମୁଗ,ଡାଳି, ସମେତ ଆସବାପତ୍ର ଓ ଲୁଗା କପଡା  ପୋଡି ସଂପୂର୍ଣ ନଷ୍ଟ ହୋଇଯାଇଛି।ଯାହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ।
ଏହି ଅଗ୍ନିକାଣ୍ଡ ଯୋଗୁଁ ବାଉରିଆ ପାତ୍ର ସର୍ବହାର ହୋଇ ପଡିଥିବାବେଳେ କରୋନା ଭଳି ପ୍ରତିକୂଳ ପରିସ୍ଥିତି ସମୟରେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ କରିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts