ବେଣାପଞ୍ଜରୀ , ତରାଵୋଇ , ହରିପୁର ପଞ୍ଚାୟତ ଅଞ୍ଚଳରେ ଚଢ଼ାଉ
ଜଟଣୀ ----କରୋନା ସଚେତନତା ଦରଦାମ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜଟଣୀର ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ବେଣାପଞ୍ଜରୀ , ତରାଵୋଇ , ହରିପୁର ପଞ୍ଚାୟତ ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଦେଶର ଦେକାନ ମାନଙ୍କ ରେ ଦରଦାମ ସୂଚନା ଫଳକ ଲାଗି ନ'ଥିବା , ମାସ୍କ ପିନ୍ଧି ନଥିବା ଦୋକାନୀ ଓ ବିନାକାରଣରେ ମଟର ସାଇକେଲରେ ବୁଲୁଥିବା ଲୋକଙ୍କ ଠାରୁ ୮,୩୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଶ୍ରୀ ଷଡ଼ଙ୍ଗୀଙ୍କ ଟିମ୍ କେତେକ ଗ୍ରାମର ସାହି ଓ ପୋଖରୀ ଇତ୍ୟାଦିରେ ଭିଡ଼ ଯମାଇଥିବା ସ୍ଥାନରେ ଚଢ଼ାଉ କରିବା ଯୋଗୁଁ ଲୋକମାନେ ଇତସ୍ତତଃ ଭାବେ ଏଣେତେଣେ ଦୌଡ଼ୁଥିବା ଦେଖାଯାଇଛି । ଶ୍ରୀ ଷଡ଼ଙ୍ଗୀ ଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।