Breaking News

ଡେଲାଙ୍ଗରେ ଚାଷୀ ଅକ୍ଷିତୃତୀୟା ମୁଠି ଅନୁକୂଳ କଲା

ଡେଲାଙ୍ଗ ---- ଚାଷୀ ତାର ପରମ୍ପରା ବଜାୟୀ ରଖିଛି । ଯେତେ ବୋଧା ବିଘ୍ନ ଆସିଲେ ମଧ୍ୟ ଚାଷୀ କେବେ ହାର ମାନି ନାହିଁ । ଚାଷୀ ତାର ସ୍ୱାଭିମାନ ଛାଡି ପାରିନାହିଁ । ଅକ୍ଷିତୃତୀୟା ତିଥିରେ ପରମ୍ପରା ଅନୁଯାୟୀ ଓଡିଆ ପୁଅ ବା ଚାଷୀ ପରିବାର ତାର ପ୍ରଥମ ବିହନ ଘରୁ ନେଇ ବିଲରେ ବୁଣିଥାଏ । ଆଜି ହେଉଛି ପ୍ରଭୁ ଜଗନ୍ନାଥଙ୍କର ରଥ କାଠ ଅନୁକୂଳ କରାଯାଇଥାଏ । ଚାଷୀ ଘରର ପରମ୍ପରା ଅନୁଯାୟୀ ଘରେ ଥିବା ବେତୁଳୀଓ ଗଉଣୀକୁ ଘରର ମହିଳା ମାନେ ଧୋଇ ଚିତା ପକାଇ ରଖିଥାନ୍ତି । ଅନ୍ୟ ପକ୍ଷେ ନଙ୍ଗଲ ଜୁଆଳି ମଧ୍ୟ ଚିତା ପଡି ରହିଥାଏ । ଘରର ପୁଅ ବା ମୁରବୀ ମାନେ ଗାଧୁଆ ପାଧୁଆ ସାରି ହାତରେ ପାଣି ଡାଳ, ମୁଣ୍ଡରେ ସୁ ସଜିତ ବେତୁଳୀ ମୁଣ୍ଡରେ ମୁଣ୍ଡାଇ ନିଜ ନିଜ ବିଲ ଅଭିମୁଖେ ଯାଇଥାନ୍ତି । ସେଠାରେ ଐଶାନ୍ୟ କୋଣରେ ମା ଲକ୍ଷ୍ମୀଙ୍କୁ ଆବାହନ କରି ଧୂପ, ଦୀପ, ଦେଇ ବାଳଭୋଗ କରିବା ପରେ ମାଙ୍କୁ ପ୍ରଣାମ କରିବା ପରେ ଧାନ ବିହନ ବୁଣିଥାଏ । ଏହି ଅବସରରେ ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ବାଲିମାଳ ଗହିରରେ ମୁଡି ଅନୁକୂଳ କରିଥିବା ବେଳେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ହଳଦୀବାଟି ଗ୍ରାମ ଗହିରରେ ମୁଠି ଅନୁକୂଳ କରିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts