Breaking News

ପଇସା, ବିରି, ମୁଗ, ଚାଉଳ ବଦଳରେ ; ଦୁଆର ମୁହଁରେ ରେଶନ ସାମଗ୍ରୀ

ସାକ୍ଷୀଗୋପାଳ -----  ବଜାର ବା ସହର ମାନଙ୍କରେ ଥିବା ଗୋସରୀ ଦେକାନକୁ ଗଲେ ଟଙ୍କା ଦେଳେ ରେଶନ ସାମଗ୍ରୀ ମିଳିବ । ଏବେ ଦୁଆର ମୁହଁରେ ବିନା ପଇସାରେ ମିଳୁଛି ରେଶନ ସମାଗ୍ରୀ । ପଇସା ନାହିଁତ ଠିକ ଅଛି ଚାଉଳ, ବିରି, ମୁଗ ଦେଲେ ରେଶନ ସମାଗ୍ରୀ ମିଳି ଯାଉଛି । ସେଥିଯୋଗୁ ଲୋକମାନଙ୍କର ବିଶେଷ ଚାହିଦା ରହିଛି ସାଇକେଲ ରେଶନ ଦେକାନ ଉପରେ । ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକର ପରଜାପଡା ଗ୍ରାମର ବୁଦ୍ଧିଆ ସାହୁ ( ୬୦) । ତାଙ୍କର ସାଇକେଲ ହେଉଛି ଏକ ରେଶନ ସମାଗ୍ରୀ ଦେକାନ । ତେଲ, ଲୁଣ, ଡାଲି, ମସଲା, ହଳଦୀ ଗୁଣ୍ଡ ଠାରୁ ବିଭିନ୍ନ ପ୍ରକାରର ମସଲା ଗୁଣ୍ଡ, ସୁଜି, ବେସନ, ଜିରା , ଲଙ୍କା ଆଦି ସମାଗ୍ରୀ ସାଇକେଲ ଚାରିପଟେ ବ୍ୟାଗ ମଧ୍ୟରେ ରହିଛି । ଶ୍ରୀ ସାହୁଙ୍କର ସାଇକେଲ ଟି ଏକ ରେଶନ ସାମଗ୍ରୀ ଦୋକାନ । ରାଜ୍ୟରେ ଲକ ଡାଉନ ସମୟରେ ବିଶେଷ କରି ମଧ୍ୟବିତ ଓ ଗରିବ, ଖଟିକିଆ ମାନେ ବଜାର ଆସି ସଉଦା କିଣିକି ଯିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଅନ୍ୟ ପକ୍ଷେ କାମ ଧନ୍ଦା ନାହିଁ , ଲୋକମାନେ ଚଳିବା ପାଇଁ ଘୋର ଅସୁବିଧା ଏହାକୁ ନଜର କରି ଶ୍ରୀ ସାହୁ ପଇସା ବଦଳରେ ଚାଉଳ, ବିରି , ମୁଗ ବଦଳରେ ଆବଶ୍ୟକୀୟ ରେଶନ ସମାଗ୍ରୀ ଯୋଗାଇ ଦେଉଛନ୍ତି । ଏବେ ବି ମଣିଷ ପଣିଆ ବଞ୍ଚି ରହିଛି ବୋଲି ଲୋକମାନେ କହୁଛନ୍ତି ।  ଶ୍ରୀ ସାହୁ ଲକ ଡାଉନ ସମୟରେ ଗରିବ ଲୋକ ମାନଙ୍କ ପାଖରେ ଅତି ସହଜରେ ରେଶନ ସାମଗ୍ରୀ ପହଞ୍ଚାଇଥିବାରୁ ବେଶ ପ୍ରଶଂସିତ ହୋଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts