ଉଛବାନନ୍ଦପୁର ନଦୀରୁ ହରିଣ ଉଦ୍ଧାର
କୁଜଙ୍ଗ---- କୁଜଙ୍ଗ ବ୍ଲକ ଅନ୍ତର୍ଗତ ଉଛବାନନ୍ଦପୁର ଗ୍ରାମ ନିକଟସ୍ଥ ଯୋର ମଧ୍ୟରୁ ପୁଲିସ ଏକ ହରିଣକୁ ଉଦ୍ଧାର କରି କୁଜଙ୍ଗ ବନବିଭାଗକୁ ହସ୍ତାନ୍ତର କରିଥିବାର ଜଣାପଡିଛି । ଉଛବାନନ୍ଦପୁର ନଦୀରେ ପସିଯାଇଥିଲା ବେଳେ ତାର ସିଙ୍ଗ କେବଳ ଉପରକୁ ଦେଖାଯାଉଥିଲା । ଗୁରୁବାର ଭୋରୁ ସେହି ଗ୍ରାମର କିଛି ଯୁବକ ହରିଣଟି ନଦୀରେ ବୁଡିରହିବା ସାଙ୍ଗକୁ ତାର ସିଂଙ୍ଗ ଉପରକୁ ଦେଖାଯାଉଥିବାର ଦେଖିଥିଲେ । ଏସମ୍ପର୍କରେ ଲକ୍ଥାନା ଅଧିକାରୀ ପ୍ରଭାସ ସାହୁଙ୍କୁ ଗ୍ରାମବାସି ଖବର ଦେବାରୁ ପୁଲିସ କର୍ମଚାରି ଘଟଣାସ୍ଥଳରେ ପହଁଚି ହରିଣଟିକୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ । ପରେ ଉକ୍ତ ହରିଣଟିକୁ କୁଜଙ୍ଗ ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନ ବିଭାଗ ଉକ୍ତ ହରିଣଟିକୁ ଜଟାଧାର ତଣ୍ଡାରେ ନେଇ ଛାଡି ଦେଇଥିବା ସମ୍ପର୍କରେ କୁଜଙ୍ଗ ଫରେଷ୍ଟ ରେଂଜର ପ୍ରତାପ ମହାନ୍ତି ପ୍ରକାଶ କରିଛନ୍ତି ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର