ବମ ପକାଇ ଡକାୟତି ,ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ,ଜଣେ ଆହତ
ବେଗୁନିଆ---- ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଗ୍ରାମର ଟାଙ୍ଗୀ ସାହିର ଯୋଗୀନାଥ ମହାରଣାଙ୍କ ଘରେ ପଶି ଡକାୟତି କରିଥିବାର ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ସୂଚନା ମୁତାବକ ଶ୍ରୀ ମହାରଣାଙ୍କ ନାରାୟଣଙ୍କର ଗତ ଚାରିମାସ ତଳେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବୁଧବାର ରାତି ୩ ଘଟିକା ସମୟରେ ୧୦ରୁ ୧୨ ଜଣ ଦୁବୁର୍ତ ଠେଙ୍ଗା ବାଡି ଧରି ପଶିବା ସହ ଭୟଭୀତ କରିବା ପାଇଁ ବାହାରେ ବମ ପକାଇ ଗେଟର ତାଲାକୁ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ସୁନାଗହଣା ଓ ଗୋଟିଏ ମୋବାଇଲ ଫୋନ ନେଇ କରି ପଳାଇ ଯାଇଥିଲେ । ଏହି ଘଟଣାରେ ପ୍ରତିରୋଧ କରିବାରୁ ଶ୍ରୀ ମହାରଣାଙ୍କ ଡାହାଣ ହାତକୁ ଠେଙ୍ଗାରେ ବାଡେଇ ଦେବାରୁ ସେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ଖବର ପାଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ,ଆଡିସନାଲ ଏସପି ମାୟାଧର ସେଠୀ ,ଏସଡିପିଓ ସୁଶିଲ କୁମାର ମିଶ୍ର,ବାଘମାରୀ ଥାନା ସବଇନିସପେକ୍ଟର ରବୀନ୍ଦ୍ର କୁମାର ପଣ୍ଡା,ବେଗୁନିଆ ପୋଲିସ ଓ ଭୁବନେଶ୍ୱର ସାଇଂଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ଏ ନେଇ ଖୋର୍ଦ୍ଧା ସଦର ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକ ୪୩/୨୦ରେ ମାମଲା ରୁଜ କରି ତଦନ୍ତ ଜାରି ରଖିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା