ଚାଇଁପୁର ପଞ୍ଚାୟତର ସମସ୍ତ ବ୍ୟବସାୟୀ ମାନଙ୍କୁ କରୋନା ସଚେତନତା କରାଇଲେ ସରପଞ୍ଚ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତର ଷଢ଼ାଙ୍ଗୋଇ ହାଇ ସ୍କୁଲ ପରିସରରେ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ନେତୃତ୍ୱରେ ସୋମବାର ଦିନ ଏକ କରୋନା ସଚେତନତା ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତରେ ଥିବା ଛୋଟ ବଡ ସମସ୍ତ ବ୍ୟବସାୟୀ ମାନଙ୍କୁ ଡକାଇ ଆଲେଚନା କରିବା ସହ ସେମାନଙ୍କର ସହଯୋଗ କାମନା କରିଥିଲେ । ଯେଉଁମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ବା ମୁହଁରେ ମାସ୍କ ଲଗାଉ ନାହାନ୍ତି ସେମାନଙ୍କୁ କୌଣସି ଜିନିଷ ବିକ୍ରୟ କରିବେ ନାହିଁ ବୋଲି ଶପଥ ନେଇଛନ୍ତି । ସଉଦା, ପରିବା ପାଇଁ ଆସିଲେ ମାସ୍କ ଲଗାଇବେ ନଚେତ ମୁହଁ ଘୋଡାଇ ଆସିବାକୁ ଗ୍ରାହକ ମାନଙ୍କୁ କହିବା ପାଇଁ ଶ୍ରୀ ପରିଡା କହିଥିଲେ । ରାଜ୍ୟରେ କରୋନା ପାଇଁ ସରକାର ହାତ ଖୋଲି ଦେଇଛନ୍ତି । ଏଣୁ ରାଜ୍ୟ ସରାକରଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଶ୍ରୀ ପରିଡା ସମସ୍ତ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବରେ ସମସ୍ତ ବ୍ୟବସାୟୀ ମାନେ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି