ନାହିଁ ନାହିଁରେ ଚାଲିଛି ଅତାବିରା କୃଷି ବିଭାଗ
ବରଗଡ଼----ଗୋଟେ ପଟେ କରୋନାମାଡ଼ ତ ଏବେ ପୁଣି ଅଦିନିଆଁ ବର୍ଷା ଓ କୁଆ ପଥର ମାଡ଼ ସହ ରୋଗପୋକ ଦାଉରୁ ଚାଷୀ ବର୍ତ୍ତି ପାରୁନାହିଁ। ଅନ୍ୟ ପଟେ ଅଞ୍ଚଳରେ କୃଷି ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଓ ନକଲି କୀଟ ନାଶକ ଯୋଗୁ ଫସଲ ହାନି ହେଉଥିବାର ଚାଷୀ ଅଭିଯୋଗ କରନ୍ତି। ଏପରି ଏକ ଦୃଶ୍ୟ ଆମ ସାମ୍ନାକୁ ଆସିଛି।ଯାହା ବରଗଡ଼ଜିଲ୍ଲା ଅତାବିରା ଏନଏସି ଅଞ୍ଚଳର କୃଷି ସୂଚନା କେନ୍ଦ୍ର ଠୁ ମାତ୍ର ଅନତି ୧କିଲୋମିଟର ଦୂରରେ ରହିଛି ମାଧବ ସିଂ ଙ୍କ ଚାଷ ଜମି। ଯାହା ତାଙ୍କ ଜମିରେ ନୁଆଁ ପ୍ରକାର ରୋଗ ଲାଗି ଫସଲ ଠିକ ଭାବରେ ବଢ଼ିପାରୁନଥିବାର ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନଥିବାର ଅଭିଯୋଗ କରନ୍ତି।ଅଫିସକୁ ଆସି ନିଜ ଅଞ୍ଚଳର ଦାୟିତ୍ୱରେ ଥିବା ଭିଏଲଡବ୍ଲୁ ପ୍ରତିମା ସିଂଙ୍କୁ ଯୋଗାଯୋଗ କଲେ ଆଜି କୁଳୁଣ୍ଡାରେ ଫିଲ୍ଡ ଭିଜିଡ଼ରେ ଅଛି ତ ଗତକାଲି ଆଉ କେଉଁଠି ବୋଲି କହି କୃଷକ ସାଥି ତାଙ୍କୁ ପଠେଇ ଦେବି ବୋଲି କହନ୍ତି। ହେଲେ ବିଶ୍ୱସ୍ତ ସୂତ୍ରରୁ ଜଣା ପଡେ ଯେ ଆଜି କୁଳୁଣ୍ଡା ଭିଏଲଡବ୍ଲୁ ସିଂ ଫିଲ୍ଡକୁ ଯାଇ ନଥିଲେ।ଏନେଇ ଆମେ ଲରମ୍ଭା ତଥା ଅତାବିରା ଚାର୍ଜରେ ଥିବା ଏଏଓ ପ୍ରମୋଦିନି ପ୍ରଧାନଙ୍କୁ ପଚାରିବାରୁ ବିଳମ୍ବରେ ହେଲେ ମୁଁ ତ ଯାଇ ଭିଜିଟ କରିଲି ଚାଷୀଙ୍କୁ ଆପଣ ଆପଣଙ୍କର ଦେଖନ୍ତୁ ଭିଏଲଡବ୍ଲୁଙ୍କ ପଛରେ କାହିଁକି ପଡିଛନ୍ତି ବୋଲି ଭିଏଲଡବ୍ଲୁ ସିଂଙ୍କ ଦୋଷ ଲୁଚାଇବା ଚେଷ୍ଟା କରୁଥିିଲେ। ଚାଷୀଙ୍କ ସମସ୍ୟାକୁ ନେଇ ଆମେ ତାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ ଏଏଓ ପ୍ରଧାନ ନାଁ ନାଁ ମୁଁ କିଛି କହି ପାରିବି ନାହିଁ ବୋଲି କହିଥିଲେ। ଚାଷୀ ପାଇଁ ନା ଅଛି ଉତ୍ତମ ମାନର ଔଷଧ,ନା ଅଛି ବିଭାଗୀୟ ଅଧିକାରୀ ମାନଙ୍କ ଚାଷ ପ୍ରଣାଳୀ। ଅଞ୍ଚଳ ପରିଦର୍ଶନ କରିବା ତ ଦୂରରେ ଥାଉ ଚାଷୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ଚାଷୀମାନେ କହନ୍ତି । ଚାଷୀଙ୍କୁ ଅଧିକାରୀ ମାନେ ଠକି ଚାଲିଛନ୍ତି। ଯାହାକି କାର୍ଯ୍ୟାଳୟ କୁ କିଏ କେତେବେଳେ ଆସୁଛି କାହାରିକୁ ଜଣାନାହିଁ।ନ ଆସିଲେ ମଧ୍ୟ ଭିଜିଟରେ ଯାଇଛନ୍ତି ବୋଲି ଅଧିକାରୀ ମାନେ କହନ୍ତି । ଏନେଇ ଆମେ ମଧ୍ୟ ଯୋଗାଯୋଗ କରିଥିଲୁ ହେଲେ ଭିଏଲଡବ୍ଲୁ ଫୋନ ରିଶିଵ କରି ନଥିଲେ। ତେଣୁ ତାଙ୍କର ପ୍ରତିକ୍ରିୟା ଜଣା ପଡି ନଥିଲା। ଏଥିପ୍ରତି ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଅବହେଳିତ କର୍ମଚାରୀ ତଥା ଅଧିକାରୀ ମାନଙ୍କ ପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ...