ସାକ୍ଷୀଗୋପାଳ ବଜାରରେ ସମସ୍ତ ଦେକାନ ବଜାର ଖୋଲିଲା
ସାକ୍ଷୀଗୋପାଳ --- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ମାତ୍ର ରାଜ୍ୟ ସରକାର କେତକ ଜିଲ୍ଲାରେ ୧୪ ଦିନ ମଧ୍ୟରେ ନୂତନ କରୋନା ରୋଗୀ ନ ବାହାରିବାରୁ ଲକ ଡାଉନ କୋହଳ କରିଛନ୍ତି । ମାତ୍ର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବଜାରରେ ସମସ୍ତ ଦେକାନ ବଜାର ଖୋଲି ଯାଇଛି । ପାନ ଦେକାନ ଠାରୁ ଜଳଖିଆ ଦେକାନ ପର୍ଯ୍ୟନ୍ତ ସମସ୍ତେ ଦେକାନ ଖୋଲିଥିବାର ଆଜି ଦେଖାଯାଇଛି । ଏପରିକି କେତକ ଦେକାନୀ ଦୁଆର ଖୋଲି ଭିତରେ ରହି ଗରାଖ ମାନଙ୍କୁ ସାମଗ୍ରୀ ବିକ୍ରୟ କରୁଥିବା ଜଣାପଡିଛି । ବିଶେଷ କରି ସକାଳୁ ସକାଳୁ ଚା ଦେକାନ ମାନଙ୍କରେ ସାମାଜିକ ଦୂରତା ରକ୍ଷା କରାଯାଉନ ଥିବା ଜଣାପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି