Breaking News

ଚାଷୀ ତାର ପରମ୍ପରା ବଜାୟ ରଖିଲା

ସାକ୍ଷୀଗୋପାଳ ---ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଏପରିକି ଲକ ଡାଉନ ଯୋଗୁ ଚାଷୀ ଚାଷ କାମ ମଧ୍ୟ ସଠିକ ସମୟରେ କରି ପାରିନାହିଁ । ଅନ୍ୟ ପକ୍ଷେ କାଳବୈଶାଖୀ ଯୋଗୁ ବିଲ ଗୁଡିକରେ ପାଣି ଜମା ହୋଇ କାଦୁଅ ସୃଷ୍ଟି ହୋଇଛି । ଅକ୍ଷିତୃତୀୟା ତିଥି ସବୁଠାରୁ ଭଲ ଦିନ ବୋଲି ସମସ୍ତେ ଜାଣନ୍ତି । କାରଣ ଏହି ଦିନରେ ପ୍ରଭୁ ଜଗତରନ୍ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ  କାଠ ଅନୁକୂଳ ହୋଇଥାଏ । ସେହିପରି ଚାଷୀ ଅକ୍ଷିତୃତୀୟା ଦିନରେ ବିଲରେ ବିହନ  ମୁଠି ଅନୁକୂଳ କରିଥାଏ । ଯାହାକି ବର୍ଷ ସାରା ତାର ପରିଶ୍ରମର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।  ଚାଷୀ ଘରର ମହିଳା ମାନେ ଘରେ ଥିବା ବେତୁଳି, ଗଉଣିକୁ ଧୁଆ ଧୋଇ କରିବା ସହ ସେଥିରେ ଧଳା , ନାଲି ରଙ୍ଗରେ ଚିତା ପକାଇ ଥାନ୍ତି । ଘରର ମୁରବି ଗାଧୁଆ ପାଧୁଆ ସାରି  ନୂତନ ବସ୍ତ୍ର ବା ଧୂଆବସ୍ତ୍ର ପରିଧାନ କରି ମୁଣ୍ଡରେ ଟୋକୋଇ ମୁଣ୍ଡାଇ ବିଲକୁ ଯାଇଥାଏ । ସେଥିରେ ମହିଳା ମାନେ ଶୁକ୍ଳଧାନ, ଫୁଲ, ଦୀପ, ଧୂପ, ଭୋଗ, ପୂର୍ଣ୍ଣକୁମ୍ଭ ଦେଇଥାନ୍ତି । ଚାଷୀ ବିଲର ଐଶାନ୍ୟ କୋଣରେ ବିହନ ବେତୁଳୀ ଥୋଇ ବିଲରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ପୂଜା ପାଠ କରିବା ସହ ଭୋଗ ଦେଇ ମା ଲକ୍ଷ୍ମୀଙ୍କର ଆର୍ଶିବାଦ ଭିକ୍ଷା କରି ବିହନ ବୁଣି ଥାଏ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts