ଜିଲ୍ଲାପାଳଙ୍କ ନିର୍ଦେଶକୁ ବିଡ଼ିଓଙ୍କ ବେଖାତିର
ବେଗୁନିଆ ― କରୋନା ସଂକ୍ରମଣ ରୋକିବା ପାଇଁ ଦେଶ ଓ ତଥା ରାଜ୍ୟରେ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ର ଅବଧି ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ନିତ୍ୟବ୍ୟହାର୍ଯ୍ୟ ଜିନିଷ ଜନସାଧରଣ ସହଜରେ କିପରି ଉଚିତ ମୂଲ୍ୟରେ ପାଇ ପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁକୁମାର ରାଉତ ତାଙ୍କର ପତ୍ର ସଂଖ୍ୟା ୨୩୪୨/୬ ବିଜ୍ଞପ୍ତି ଜାରି କରିଥିଲେ । ସମସ୍ତ ବ୍ଲକର ବିଡ଼ିଓଙ୍କୁ କଳାବଜାରୀ ରୋକିବା ସହ ଉପଯୁକ୍ତ ଭାବରେ ଚଢ଼ାଉ କରି ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ଏହି ବ୍ଲକରେ ଅତ୍ୟାବଶ୍ୟକୀୟ ସାମଗ୍ରିର ଯୋଗାଣ ଉପରେ କୌଣସି କଟକଣା ହେଉ ନଥିବାର ଦେଖିବାକୁ ମିଳୁଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର କୃତ୍ରିମ ଅଭାବ ଦର୍ଶାଇ ଚଢା ଦରରେ ବିକ୍ରି କରୁଛନ୍ତି । ବେଗୁନିଆ ବ୍ଲକ ସମେତ ବିଭିନ୍ନ ସ୍ଥାନରେ କଳାବଜାରୀ ରୋକିବା ପାଇଁ ଦୋକାନ ଗୁଡିକ ଆଗରେ ଜିନିଷର ଧାର୍ଯ୍ୟ ମୂଲ୍ୟର ତାଲିକାକୁ ଝୁଲାଇବା ପାଇଁ ରହିଥିବା ବେଳେ କେଉଁଠି ଦେଖିବାକୁ ମିଳୁନାହିଁ କି ପ୍ରଶାସନ ପକ୍ଷରୁ ଆଜି ସୁଦ୍ଧା କେଉଁଠାରେ ମଧ୍ୟ ଚଢ଼ାଉ କରିବାର ନଜରକୁ ଆସୁନାହିଁ ।ତେବେ ସ୍ଥାନୀୟ ପ୍ରଶାସନ ଦୋକାନ ଉପରେ ଚଢ଼ାଉ ନକରିବା ଓ ଦର ତାଲିକାକୁ ଦୋକାନ ଆଗରେ ନଝୁଲାଇବା କାର୍ଯ୍ୟକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ଏହା ପଛରେ କି ଭିତିରି ଉଦେଶ୍ୟ ରହିଛି ତାହା ଜନସାଧରଣ ମାନେ ପ୍ରଶ୍ନ କରିଛନ୍ତି । ବିଡ଼ିଓ ରଶ୍ମିରେଖା ଦାସ ଲକଡାଉନ ଆରମ୍ଭ ହେବା ଦିନଠାରୁ କୌଣସି ସଚେତନତା କିମ୍ବା ଚଢ଼ାଉ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିବାର ଦେଖିବାକୁ ମିଳି ନଥିବା ବେଳେ କେବଳ ବ୍ଲକ କାର୍ଯ୍ୟାଳୟରେ ରହି ଜନସାଧରଣଙ୍କ ହିତ ପାଇଁ ସରକାର ପ୍ରଣୟନ କରିଥିବା ନୀତି ନିୟମକୁ ପାଳନ କରିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି । ଏଥିପାଇଁ ସାଧାରଣରେ ଆଲୋଚନା ହେଉଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା