Breaking News

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୫ ହଜାର ଟଙ୍କା ପ୍ରଦାନ

 ସାକ୍ଷୀଗୋପାଳ-----  ରାଜ୍ୟରେ କରୋନା ଭୂତାଣୁକୁ ନେଇ ସମେସ୍ତ ଚିନ୍ତିତ । ରାଜ୍ୟ ସରକାର ଏଥିପାଇଁ ଲକ ଡାଉନ ଜାରି କରିଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ୯୫ ଟି ମହିଳା ଗୋଷ୍ଠୀ , ମହାମଞ୍ଚର ସଭାନେତ୍ରୀ, ସମ୍ପାଦିକା ଓ ୱାର୍ଡ ସଭ୍ୟସଭ୍ୟା ମାନଙ୍କ ସହଯୋଗରେ ୪୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ସତ୍ୟବାଦୀ ବ୍ଳକର ଓ ଏଲ ଏମ ଅଧିକାରୀଣି ସାଶ୍ୱତୀ ଦାଶଙ୍କ ଉପସ୍ଥିତିରେ ବିଡିଓ ସରୋଜ କୁମାର ଦତ୍ତଙ୍କୁ ଚେକ ପ୍ରଦାନ କରାଯାଇଥିଲା । ଗ୍ରାମ ପଞ୍ଚାୟତର ସରପଞ୍ଚ,  ଭିଏଲ ଡ୍ୟୁ ଓ ମହିଳା ଗୋଷ୍ଠୀର ନେତ୍ରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts