ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା ଗାଁରୁ ଉଠୁନି ବ୍ୟାରିକେଟ
ବେଗୁନିଆ/ସିକୋ--- ସାରା ଦେଶ ଓ ରାଜ୍ୟରେ କରୋନା ଭଳି ମହାମାରୀ ଭୂତାଣୁ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ସିମାନ୍ତ ଜିଲ୍ଲା,ସଂକ୍ରମଣ ଜନିତ ଅଞ୍ଚଳ ଓ ଗ୍ରାମରେ ପ୍ରଶାସନ ଓ ଗ୍ରାମବାସୀମାନେ ନିଜ ସାହିର ରାସ୍ତାକୁ ବ୍ୟାରିକେଟ କରି ପ୍ରବେଶ ପଥକୁ ସିଲ କରି ଦିଆଯାଇଥିଲା । ଗତକାଲି ଅର୍ଥାତ ୨୯ ତାରିଖ ବୁଧବାର ଦିନ ଭିଡିଓ କନଫରେନସି ମାଧ୍ୟମରେ ସମସ୍ତ ଜିଲ୍ଲା ପ୍ରଶାସନକୁ ଗାଁ ଗହଳିରେ ହୋଇଥିବା ବେଆଇନ ଭାବରେ କରାଯାଇଥିବା ବ୍ୟାରିକେଟକୁ ଉଚ୍ଛେଦ୍ଦ କରିବା ପାଇଁ ନିର୍ଦ୍ଦେଶ କରାଯାଇଛି । ଏହି ବ୍ୟାରିକେଟ କେବଳ ହିଁ ପ୍ରଶାସନ ବ୍ୟତିତ ଅନ୍ୟ କେହି ନିର୍ମାଣ କରିପାରିବେ ନାହିଁ ବୋଲି କୁହାଯାଇଛି ।ଏହା ଯୋଗୁଁ ରାସ୍ତାରେ ଯାତାୟତ କରୁଥିବା ପଣ୍ୟବାହୀ ଯାନ ଗୁଡିକ ଅବରୋଧ ଘଟି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏବେ ମଧ୍ୟ କେତେକ ଗ୍ରାମରେ ମଧ୍ୟ ବେଆଇନ ବ୍ୟାରିକେଟ ଗୁଡିକ ରହିଥିବାର ନଜରକୁ ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ବେଗୁନିଆ ଥାନା ଅନ୍ତର୍ଗତ ଖଣତୀ ଓ ଟିକାତାଳ ରାସ୍ତାର ପାନୀୟ ଜଳ ଅମଳ ପ୍ରକଳ୍ପ ନିକଟରେ ଥିବା ଆଦିବାସୀ ସାହି,ହଜ ପଞ୍ଚାୟତର ଅନ୍ତର୍ଗତ ମୁକ୍ତାପୁର ଆଦିବାସୀ ସାହି ମୁଣ୍ଡରେ ବେଆଇନ ବ୍ୟାରିକେଟ ହୋଇଛି । ଏହାକୁ ତୁରନ୍ତ ହଟାଇବା ପାଇଁ ପ୍ରଶାସନ ପାଖରେ ଦାବି ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା