ଶତାଧିକ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲା ପରିଷଦ ସଦସ୍ୟା
ହାଟଡିହି-----କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ୩୭ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କରିଛନ୍ତି । ନିଜ ଗ୍ରାମ ଡ଼ଅଁର ସମେତ ବିଭିନ୍ନ ଗ୍ରାମ କୁ ଚାଲି ଚାଲି ଯାଇ ଦିବ୍ୟାଙ୍ଗଙ୍କୁ ସାବୁନ, ମାକ୍ସ, ଚାଉଳ, ଆଳୁ, ଡାଲି, ଲୁଣ, ବିସ୍କୁଟ,ବଣ୍ଟନ କରିଥିଲେ । ତାଙ୍କ ସହ ପ୍ରତାପ ଦେଓ,କନକ ଦେଓ, ଅର୍ଜୁନ ଦେଓ, ଚନ୍ଦ୍ରମଣି ଦେଓ, ପ୍ରଭାସ ଦେଓ, ହିମାଂଶୁ ଦେଓ,ରଞ୍ଜନ ପହି, କିଶୋର ଜେନା, ସୁଧୀର ଜେନା, ମନୋଜ ବେହେରା, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସେହିପରି ଶାଳନିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅନାଥ ଚରଣ ନାୟକ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଆଦିବାସୀ ଇଲାକା ରେ ଗରିବ ଦିନ ମଜୁରିଆ ଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି