ସଫେଇ କର୍ମଚାରୀଙ୍କ ମୃତ୍ୟୁ
କୃଷ୍ଣପ୍ରସାଦ --- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ସିଆଣ୍ଡି ଗ୍ରାମ ପଞ୍ଚାୟତରେ ଜଣେ ସଫେଇ କର୍ମଚାରୀ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କ ନାମ ଶରତ ନାୟକ(୪୮)ବର୍ଷ । ସେ ସିଆଣ୍ଡି ଗ୍ରାମରେ ସଫେଇ କାର୍ଯ୍ୟ ସାରି ନିଜ ଗ୍ରାମ ଗୋପାଳପୁର ହରିଜନ ସାହିକୁ ଫେରୁଥିଲେ । ଆସିବା ରାସ୍ତାରେ ସାଇକେଲରୁ ତଳେ ପଡି ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ କୃଷ୍ଣପ୍ରସାଦ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେହି ସଫେଇ କରୋନା ପାଇଁ ସଫେଇ କର୍ମଚାରୀଙ୍କ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ ସ୍ୱାଇଁ
କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ ସ୍ୱାଇଁ