ଗଣପତି କ୍ଳବ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ
ସାକ୍ଷୀଗୋପାଳ----ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ବିଶେଷ କରି ଗ୍ରାମ ଗଣ୍ଡାରେ ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାତର ମାଳିସାହି ସ୍ଥିତ ଗଣପତି କ୍ଳବ ପକ୍ଷରୁ ମାଳିସାହି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ମାସ୍କ, ସାବୁନ ବଣ୍ଟନ କରାଯିବା ସହ କରୋନା ଭୂତାଣୁ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ବିଶେଷ କରି ସାମାଜିକ ଦୂରତା ରକ୍ଷା କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ରାକେଶ କୁମାର ପ୍ରଧାନ, ସାଗାଜିକ କର୍ମୀ ଧିରେନ୍ଦ୍ର କୁମାର ଜେନା, ଡ. ଯୁଧିଷ୍ଠିର ସାହୁ, ରାଜ କିଶୋର ସାହୁ, ସତ୍ୟବ୍ରତ ସିଂହଦେଓ. ଗ୍ରାମରକ୍ଷୀ ରବୀନ୍ଦ୍ର କୁମାର ବେହେରା ଓ ଆଶା କର୍ମୀ ବିଷ୍ଣୁପ୍ରିୟା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି