Breaking News

କରୋନା ଯୋଦ୍ଧା ମାନଙ୍କୁ ସମ୍ବଦ୍ଧିତ କଲେ ସାମାଜିକ କର୍ମୀ


ସାକ୍ଷୀଗୋପାଳ ----  ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସତ୍ୟବାଦୀର କିଛି ସାମାଜିକ କର୍ମୀ ମାନେ ସତ୍ୟବାଦୀର କରୋନା ଯୋଦ୍ଧା ମାନଙ୍କୁ ସମ୍ବଦ୍ଧିତ କରିଛନ୍ତି ।  ରାଜ୍ୟରେ କରୋନା ପାଇଁ ଲକ ଡାଉନ କରାଯାଇଛି । ଏହି ସମୟରେ ସତ୍ୟବାଦୀ ବ୍ଳକର  ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର, ଅଗ୍ନିଶମ ବିଭାଗର ଅଧିକାରୀ , ପେଣ୍ଠପଡା ଗ୍ରାମ ପଞ୍ଚାୟତର ଜିଲ୍ଲାପାଳ ବାସନ୍ତୀ ବେହେରା, ସମିତିସଭ୍ୟ ଗୀତାଞ୍ଚଳି ଭୋଇ, ଭିଏଲଡ୍ୟୁ ଓ ଅଙ୍ଗନୱାଡି କର୍ମୀ ବିଶ୍ୱଜିତା ଦେବୀ, ସଂଧ୍ୟାରାଣୀ ସାହୁ, ଲକ୍ଷ୍ମୀପିୟା ବେହେରା, ରୋହିଣୀ ମହାପାତ୍ର, ଜ୍ୟୋତିମୟୀ ବିଶ୍ୱାଳ, ସବିତା ଶତପଥୀ, ସୁଲେଚନା ବେହେରା, ମମତା ରାଣୀ ମିଶ୍ର, ସ୍ୱର୍ଣ୍ଣଲତା ବେହେରାଙ୍କ ସହିତ ଆଶା କର୍ମୀ କୃଷ୍ଣପିୟା ସାହୁ, ସୁଜାତା ହୋତା, ସଂଯୁକ୍ତା , ଝରଣାଙ୍କ ସହିତ ଅହମ୍ମଦପୁର ଆଶା କର୍ମୀ ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।
ସେହିପରି ସାମ୍ବାଦିକ  ଅମର ପ୍ରସାଦ ଶତପଥୀ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ତୁଷାର ରଞ୍ଜନ ନାୟକ ଓ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ କରୋନା ଯୋଦ୍ଧା ଭାବେ ସମ୍ବଦ୍ଧିତ କରାଯାଇଛି । ଏହି ସମ୍ବଦ୍ଧିତ କାର୍ଯ୍ୟକ୍ରମର ଆୟୋଜକ ଥିଲେ ସାମାଜିକ କର୍ମୀ ସୁନିଲି କୁମାର ପଣ୍ଡା, ନିରୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts