Breaking News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ,୫ ଆହତ


ବେଗୁନିଆ----- ବେଗୁନିଆ ଥାନା ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଓ ସାମନ୍ତରାପୁର ଗ୍ରାମର ଦୁଇଟି ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ୫ ଜଣ ଗୁରୁତର ଆହତ । ବେଗୁନିଆ ଥାନାରେ ଦୁଇ ପରିବାର ପକ୍ଷରୁ ପୃଥକ ପୃଥକ ଭାବରେ ମାମଲା ରୁଜୁ ହୋଇଥିବାର ଜଣା ପଡ଼ିଛି ।ବେଗୁନିଆ ଥାନାର ପୋଲିସ ସବଇନିସପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା ଏତଲାକାରୀଙ୍କ ଅଭିଯୋଗକୁ ଭିତି କରି ଘଟଣାର ତଦନ୍ତ କରୁଛନ୍ତି। ସାମନ୍ତରାପୁର ଗ୍ରାମର ନିଶିକାନ୍ତ ମାଝୀ ରାତି ୯ ଟା ରେ ନିଜ ଘରକୁ ଫେରୁଥିବା ବେଳେ ଡଙ୍ଗରପଡା ଗ୍ରାମର ଶିଖର ବିଶ୍ୱାଳ,ପ୍ରଶାନ୍ତ ବିଶ୍ୱାଳ,ସତ୍ୟବାନ ବିଶ୍ୱାଳ,ଶୁଶାନ୍ତ ବିଶ୍ୱାଳ,ଧିରେନ ମାଝୀ,ଜଗନ ମାଝୀ ଓ ଚିଗୁଲ ମାଝୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡା,ଭୁଜାଲି ଓ ଫାର୍ସା ଧରି ସଂଘ ଵଧ ଭାବରେ ଅତର୍କିତ ଆକ୍ରମଣ କରିଥିଲେ ।ସେ ଭୟ ପାଇ ଜୀବନ ବିକଳରେ ଚିତ୍କାର କରିବାରୁ ପରିବାର ଲୋକ ଶଙ୍କର୍ଷଣ ମାଝୀ, ଶଶିକାନ୍ତ ମାଝୀ ଓ ସୂର୍ଯ୍ୟକାନ୍ତ ମାଝୀ ଘଟଣା ସ୍ଥଳରେ ପହଂଚି ଥିଲେ ମଧ୍ୟ ସେମାନଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ।ସେମାନେ ନିରୁପାୟ ହୋଇ ଘଟଣା ସ୍ଥଳରୁ ପଳାଇ ଯାଉଥିବା ସମୟରେ ଆକ୍ରମଣକାରି ଜୀବନରେ ମାରିଦେବା ସହ ଘରକୁ ବମରେ ଉଡାଇ ଦେବେ ବୋଲି ଧମକ ଦେଇଥିଲେ । ନିଶିକାନ୍ତଙ୍କ ସମେତ ଶଙ୍କର୍ଷଣ,ସୂର୍ଯ୍ୟକାନ୍ତ ଓ ଚନ୍ଦନ ମାଝୀ ଗୁରୁତର ଆହତ ହୋଇ ଚିକିତ୍ସାଧିନରେ ଅଛନ୍ତି । ଏ ନେଇ ଅଭିଯୋଗକୁ ଭିତି କରି ୮୦/୨୦ରେ କେସ ରୁଜୁ କରିଥିବା ବେଳେ ଅପରପକ୍ଷରେ ପ୍ରଶାନ୍ତ କୁମାର ବିଶ୍ବାଳଙ୍କ ପକ୍ଷରୁ ୭୯/୨୦ ରେ କେସ ଦାୟର ହୋଇଛି ।ଅନ୍ୟପଟରେ ଜଗନୁ ମାଝୀଙ୍କୁ ଅପରପକ୍ଷ ମାଡ଼ ମାରି ଗୁରୁତର ଆହତ ହୋଇଥିବାର ପ୍ରଶାନ୍ତ ଅଭିଯୋଗ କରିଛନ୍ତି ।ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts