ନୟାଗଡ ଦେବୋତ୍ତର ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ନୟାଗଡ଼ ---- କରୋନା ସଂକ୍ରମଣରୁ ପ୍ରତିହତ କରିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କରୋନା ମୁକାବିଲା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ନୟାଗଡ ଜିଲ୍ଲା ଦେବୋତ୍ତର ବିଭାଗ ।
ଆଜି ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ନୟଗଡରୁ ସୁଦୀପ୍ତ କୁମାର ଦଳେଇ