ଲକ ଡାଉନ ସମୟରେ ମାଙ୍କଡ ମାନଙ୍କୁ ଖାଦ୍ୟ ବଣ୍ଟନ
ସାକ୍ଷୀଗୋପାଳ--- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଦେକାନ ବଜାର ସବୁ ବନ୍ଦ ରହିଛି । ବୁଲା ଗାଇ ଗୋରୁ , ମାଙ୍କଡ ମାନେ ଖାଇବାକୁ ନ ପାଇ ଏଣେତେଣେ ବୁଲୁଛନ୍ତି । ଏହାକୁ ଲକ୍ଷ୍ୟ କରି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବାଦ୍ୟନ୍ୟ ବ୍ୟକ୍ତି ବିଶେଷ ମାନେ ଏମାନଙ୍କୁ ଖାଇବାକୁ ଦେଉଛନ୍ତି । ସାକ୍ଷୀଗୋପାଳ ଜୟପୁର ଛକରେ ସାମାଜିକ କର୍ମୀ ଅମର ଶତପଥୀ ଭୋଖଲା ମାଙ୍କଡ ମାନଙ୍କୁ ପାଚିଲା କଦଳୀ ଓ ବିସ୍କୁଟ ଖାଇବାକୁ ଦେଉଛନ୍ତି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ