Breaking News

ଗବକୁଣ୍ଡ ହାଟରେ ଲକ ଡାଉନ ଆଇନକୁ କେହି କିଛି ମାନିଲେନି

 ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଭୂତାଣୁ ଯୋଗୁ ଲକ ଡାଉନ ଜାରି କରାଯାଇଛି । ମେଳଣ, ହାଟ, ଯାନି ଯାତ୍ରା , ବାହାଘର , ବୈଠକ, ସଭା ସମିତି ସବୁ ବନ୍ଦ କରାଯାଇଛି । ଏପରିକି ଦେକାନ ବଜାର ବନ୍ଦ କରାଯାଇଛି । ଆଜି ଗବକୁଣ୍ଡ ସାପ୍ତାହିକ ହାଟ ହୋଇଥିବାରୁ ଚାଷୀ, ବ୍ୟବସାୟୀ ଓ ଖାଉଟି କେହି କିଛି ମାନିଲେ ନାହିଁ । ହାଟ ଆଜି ମେଳଣ ପରି ହୋଇଯାଇଥିଲା । ଏତେ ସଂଖ୍ୟାରେ ଲୋକ ହୋଇଥିଲେ ଯେ ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ସାମାଜିକ ଦୂରତା ରକ୍ଷା, ମୁହଁରେ ମାସ୍କ ବାନ୍ଦିବା ପାଇଁ କଡା କଡି ନିୟମ କରିଛନ୍ତି ।  ସରକାର କୃଷି ଓ ଲୋକ ମାନଙ୍କ ପାଇଁ ଲକ ଡାଉନ ବଳବତ୍ତର ରହିଥିବା ବେଳେ କିଛି ଆଇନ କୋହଳ କରିଛନ୍ତି  । ମାତ୍ର ଘରୁ ବାହାରକୁ ବାହାରିଲେ ମୁହଁରେ ନିଶ୍ଚିତ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ ଅନ୍ୟ ସମସ୍ତ ଅଞ୍ଚଳରେ ଯେଉଁ ମାନେ ନିୟମ ମାନୁ ନାହାନ୍ତି ଲୋକ ମାନଙ୍କ ଠାରୁ ଜୋରି ମାନ ଆଦାୟ କରାଯାଉଛି । ମାତ୍ର ସତ୍ୟବାଦୀରେ ଜଣଙ୍କ ଠାରୁ ଜୋରିମାନ ଆଦାୟ କରାଯାଇନାହିଁ । ଅନ୍ୟ ପକ୍ଷେ କରୋନା ଯୋଦ୍ଧା ମାନଙ୍କର ଗବକୁଣ୍ଡ ହାଟରେ ଆଜି ଦେଖା ନଥିଲା  ବୋଲି ଲୋକମାନେ ଆଲେଚନା କରୁଛନ୍ତି । ବିଶେଷ କରି ସ୍ଥାନୀୟ ସରପଞ୍ଚଙ୍କୁ ସମସ୍ତ କ୍ଷମତା ଦିଆଯାଇଥିଲେ ମଧ୍ୟ ତାଙ୍କର ମଧ୍ୟ ଦେଖା ନଥିଲା । ସତେ ଯେପରି ସତ୍ୟବାଦୀ ବ୍ଳକରୁ କରୋନା ପଳାଇଛି ବୋଲି ଆଜି ଅନୁଭବ ହୋଇଛି ଗବକୁଣ୍ଡ ସାପ୍ତାହିକ ହାଟରେ । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଦାବି ହେଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts