Breaking News

ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କରୋନା ପାଇଁ କଲେ ସଚେତନ

ବେଗୁନିଆ---- ବର୍ତମାନ ରାଜ୍ୟ ଓ ଦେଶରେ କରୋନା ମହାମାରୀ ଭଳି ଭୟଙ୍କର ରୋଗ  ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନ ସୃଷ୍ଠି କରିବା ସହ ମାସ୍କ ଓ ସାମାଜିକ ଦୂରତ୍ୱ ଭଳି ନିୟମକୁ ମାନିବା ପାଇଁ  ଲୋକମାନଙ୍କୁ ସଚେତନ କରାଯାଉଛି । ବେଗୁନିଆ ଥାନା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ  ଓ ଏସଡିପିଓ ସୁଶୀଲ କୁମାର ମିଶ୍ର  ପ୍ରମୁଖ ବେଗୁନିଆ ଥାନା ଅନ୍ତର୍ଗତ ଭିଁପୁର,ଚଟୁଆ,ଦେବୀ ପ୍ରସାଦ ଓ ଧଳାପଥର ଫାଣ୍ଡି ନିକଟସ୍ଥ କୋଦୁଅବେରେଣୀ ଆଦିବାସୀ ସାହିରେ ପହଞ୍ଚି ସାବୁନରେ ହାତ ଧୋଇ ସବୁ ସମୟରେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ  ପାଣିବଟଲ ଓ ବିସ୍କୁଟ ମଧ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ଓ ବେଗୁନିଆ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts