Breaking News

ପଞ୍ଚାୟତ ପକ୍ଷରୁ ବାସୁକେରା ଗ୍ରାମ ରାସ୍ତା ସଫା

ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଭୂତାଣୁ ଯୋଗୁ ଲକ ଡାଉନ ଜାରି କରାଯାଇଛି । କରୋନାକୁ ରୋକିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ପଦକ୍ଷେପ ଗ୍ରହଣ ନେଇଛନ୍ତି । ରାଜ୍ୟରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ ପାୱାର ଦେଇଛନ୍ତି ।  ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରାଙ୍କ ତତ୍ୱବଧାନରେ ଆଜି ବାସୁକେରା ଗ୍ରାମ ସଫେଇ କରାଯାଇଛି । ବିଶେଷ କରି କରୋନା ଭୂତାଣୁ ଠାରୁ ଗ୍ରାମାବସୀଙ୍କୁ ରକ୍ଷା କରିବା ପାଇଁ ଗ୍ରାମ ଦାଣ୍ଡରେ ଗଦା ଯାଇଥିବା ଅଳିଆ ଅବଜ୍ଜନା ସଫା କରାଯାଉଛି । ଅନ୍ୟ ପକ୍ଷେ ଯେଉଁ ଯେଉଁ ଗ୍ରାମ  ସଫେଇ କରାଯାଉଛି ସେହି ଗ୍ରାମ ଦାଣ୍ଡରେ ଯେଉଁ ମାନେ ଅଳିଆ ଅପରିଷ୍କାର କରୁଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚଙ୍କ ପାଖରେ ଦାବି ହେଉଛି ।
 ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts