Breaking News

ସତ୍ୟବାଦୀରେ ୧୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ; ଆସିବା ପାଇଁ ୨୧୦ ନାମ ପଞ୍ଜୀକରଣ କଲେ

ସାକ୍ଷୀଗୋପାଳ ----  ରାଜ୍ୟରେ କରୋନା ନେଇ ଲକ ଡାଉନ ଜାରି କରାଯାଇଛି ।  ଲକ ଡାଉନର ସମୟ ସୀମା ଶେଷ ହେବା ପାଖେଇ ଆସୁଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରରୁ  ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୨୧୦ ଜଣ ଆସିବା ପାଇଁ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି । ଏବେ ୧୩ ଜଣ ବ୍ୟକ୍ତି ଆସିଥିବା ଜଣାପଡିଛି । ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ କରାଯାଇଥିବା କ୍ୱାରେଣ୍ଟାଇନ ସେବା କେନ୍ଦ୍ର ପରିସରରେ ରଖାଯାଇଛି । ୧୧ ଜଣ ରାଜ୍ୟ ବାହାରୁ ଆସିଥିବା ବେଳେ ୨ ଜଣ ରାଜ୍ୟରୁ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ କଲିକତା ଫେରନ୍ତା ଅଛନ୍ତି । ସେମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ତାହା ଏବେ ନେଗେଟିଭି ଆସିଥିବା ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts