ଡେଲାଙ୍ଗକୁ ଆସୁଛନ୍ତି ୧୧ଶହ ; ଏମାନେ ରହିବେ କେଉଁଠି
ଡେଲାଙ୍ଗ---- ରାଜ୍ୟରେ କରୋନା ନେଇ ଲକ ଡାଉନ ଜାରି କରାଯାଇଛି । ଲକ ଡାଉନର ସମୟ ସୀମା ଶେଷ ହେବା ପାଖେଇ ଆସୁଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରରୁ ଡେଲାଙ୍ଗ ବ୍ଳକର ୨୧ଟି ଗ୍ରାମ ପଞ୍ଚାୟତକୁ ୧୧ଶହ ଜଣ ଆସିବା ପାଇଁ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି । ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ କରାଯାଇଥିବା କ୍ୱାରେଣ୍ଟାଇନ ସେବା କେନ୍ଦ୍ର ପରିସରରେ ରହିବେ ବୋଲି ଜଣାପଡିଛି । ଏପରିକି ଡେଲାଙ୍ଗ ବ୍ଳକରେ କେତେକ ପଞ୍ଚାୟତରେ ମାତ୍ର ୧୦ ଟି ବେଡ ପକାଇବା ପାଇଁ ବିଡିଓଙ୍କ ନିର୍ଦ୍ଦେଶ ଦେଇଥିବା ଶୁଣିବାକୁ ମିଳେ । ସେହିପରି ଟେବୁଲ ବେଞ୍ଚରେ ବେଡ କରାଯାଇଛି । ଯଦି ଏକ କାଳୀନ ୧୧ଶହ ଜଣ ବ୍ୟକ୍ତି ଡେଲାଙ୍ଗ ବ୍ଳକ ଅଞ୍ଚଳକୁ ଆସନ୍ତି ତା ହେଲେ ଏମାନେ କେଉଁ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବେ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ନଜର ଦେବାକୁ ସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି