ଚାଷୀ ମୁଣ୍ଡରେ ଚଡକ.. କରୋନା ପରେ ଏବଂ କାଳବୈଶାଖୀ ଉଜାଡ଼ି ଦେଇଛି
କେତେ ବେଳେ ଚାଷୀ ରୋଗପୋକର ଶିକାର ହୁଏ ତ ଆଉ କେତେବେଳେ ଦୈବୀଦୁର୍ବିପାକର ଶିକାର । ଏବେ ପୁଣି ପ୍ରଶାସନ ଅଧିକାରୀଙ୍କ ଶିକାର ହେଉଥିବା ଚାଷୀ ଅଭିଯୋଗ କରନ୍ତି। କୌଣସି ଥିରେ ଚାଷୀର ନିସ୍ତାର ନାହିଁ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଆରଆଇ ଅଫିସକୁ ଚାଷି ଘେରାଉ କରିଥିଲେ। ଗତ ୨୧ତାରିଖରେ କାଳବୈଶାଖୀ ଝଡ଼ ତୋଫାନ ହେଇ କରା ମାଡରେ ଫସଲ ନଷ୍ଟ ହୋଇ ଘରଦ୍ୱାର ଗଛ ମାନ ଭାଙ୍ଗିଯାଇ ଅନେକ କ୍ଷୟକ୍ଷତି ଜୀବନ ଅସ୍ତବ୍ୟସ୍ତ ହୋଇଥିବାର ଚାଷି ଅଭିଯୋଗ ଆଣିଥିଲେ । କିନ୍ତୁ ଦୁଃଖର କଥା ଯେ,ଆରଆଇ ଲଳିତ ବର୍ଗେ ଭିତରୁ କବାଟ ବନ୍ଦ କରି କାହାରି କିଛି ନଶୁଣି ଚୁପଚାପ ମଉନ ହୋଇ ରହିଥିଲେ। ଦୈବୀ ଦୁର୍ବିପାକ କଥା ତ ବୁଝି ହେଉଛି।ଚାଷୀ କୋଉଠୁ ଆଣିଲା,କଣ କଲା ସେତେବେଳେ କାହାରି ଦେଖା ନଥାଏ।ମୁଣ୍ଡ ଝାଳ ତୁଣ୍ଡରେ ମାରି ହାଡ଼ ଭଙ୍ଗା ପରିଶ୍ରମ କରି ସାରା ସଂସାରକୁ ଆହାର ଯୋଗାଉଥିବା ଚାଷୀଙ୍କୁ କାହିଁକି ପାହାର ମିଳେ ବୋଲି ଚାଷୀ କୋହ ଭରା କଣ୍ଠରେ ପ୍ରଶ୍ନ କରେ। ମହାମାରି କରୋନା ସଂକ୍ରମଣରେ ଚାରିଆଡେ ଲକ୍ ଡାଉନ ରହିଥିବା ବେଳେ ଲକ୍ ଡାଉନକୁ ବେଖାତିର କରି ନିଜ ଜୀବନକୁ ବାଜି ଲଗାଇ ଚାଷିମାନେ କୁମେଲସିଂହା ଆରଆଇ ଅଫିସ ଘେରାଉ କରି ନିଜ ଦୁଃଖ ଜଣାଇବା ପାଇଁ ଆସିଥିଲେ । ମାତ୍ର ଆରଆଇ ଚାଷୀଙ୍କ କଥାକୁ ନ ଶୁଣି ଭିତର ପଟୁ କବାଟ କିଲି କାହାରି କଥାକୁ ଖାତିର ନ କରିଥିବା ବେଳେ ଆରଆଇ ଯଦି ଚାଷୀଙ୍କ କଥା ନଶୁଣିବେ ତେବେ ଚାଷୀଙ୍କ କଥା କିଏ ଶୁଣିବ କହି ଉତ୍ତେଜନା ବୃଦ୍ଧି ପାଇଥିଲା । ଶେଷରେ ଅଫିସ ରେ ତାଲା ପକାଇବା ପାଇଁ ଚାଷୀ ଅଣ୍ଟା ଭିଡିଥିଲେ।ହେଲେ ସେଇ ସମୟରେ ଖବର ପାଇ ଅତାବିରା ଅତିରିକ୍ତ ତହସିଲଦାର ଶୌର୍ଯ୍ୟରଞ୍ଜନ ମିଶ୍ର ପହଞ୍ଚି ଚାଷିଙ୍କ ସମସ୍ୟାକୁ ବୁଝି ଏପରି ଘଡିସନ୍ଧି ମୁହୂର୍ତ୍ତରେ ଆପଣମାନେ ଧର୍ଯ୍ୟ ହରା ନହୋଇ ଲିଖିତ ଭାବରେ ଅଭିଯୋଗ ଦିଅନ୍ତୁ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆପଣମାନଙ୍କ ସମସ୍ୟାର ସମାଧାନ କରିବୁ ବୋଲି ପ୍ରତିଶ୍ରୁତି ଦେବା ପରେ ଆର ଆଇ ବର୍ଗେଙ୍କୁ ଭିତରୁ ବାହାରକୁ ଡାକି ଚାଷୀଙ୍କ ସହ କଥାବାର୍ତ୍ତା ହୋଇ ଲିଖିତ ଭାବରେ ଜଣେ ଜଣେ ନିଜର ଫସଲ କେତେ ପରିମାଣରେ କ୍ଷୟ କ୍ଷତି ହୋଇଛି ଲେଖି ଜଣାଇବେ ବୋଳି କହିଥିଲେ । ଲିଖିତ ଆକାର ରେ ସମସ୍ତଙ୍କର ସମସ୍ୟା ଦେଇପାରିବେ ବୋଳି ଅତିରିକ୍ତ ତହସିଲଦାର ମିଶ୍ର କହିଥିବା ବେଳେ ଚାଷୀ ଘେରାଉରୁ ଓହରି ଲିଖିତ ଭାବେ ଆରଆଇ ବର୍ଗେଙ୍କୁ ଦେଇ ତୁରନ୍ତ ଆକଳନ କରି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥିଲେ।ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେଚେତାବନୀ ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ