Breaking News

ଅତାବିରାରେ ପୋଲିସର ସାମାଜିକ ଦୂରତା ସଚେତନ ଫେଲ ମାରିଛି.


. ବରଗଡ଼... ଅତାବିରା ଏନଏସିରେ ପଞ୍ଚାୟତ କାର୍ଯ୍ୟାଳୟରେ  ସରକାରଙ୍କ ଦ୍ୱାରା ଦିଆଯାଉଥିବା ମାଗଣା ଚାଉଳ ଗରିବ ରାସନକାର୍ଡ ଧାରୀଙ୍କୁ ଲକଡାଉନ ଚାଲିଥିବା ବେଳେ ସରକାରଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ଦିଆଯାଉଛି।ଯେଉଁଠିକି ଦେଖାଦେଇଛି ସାମାଜିକ ଦୂରତାର ଅଭାବ ସେଥିପାଇଁ ସରକାରଙ୍କ ପାଖରୁ ପୋଲିସ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି।ଜନସାଧାରଣଙ୍କୁ ଦୂରତା ରଖିବା ପାଇଁ ସଚେତନ ନକରି ନିଜେ ପୋଲିସ ବାବୁମାନେ ସାମାଜିକ ଦୂରତା ଅବଲମ୍ବନ ରଖିବାରେ ଅବହେଳା କରିଥିବାର ଦେଖାଦେଇଛି।ଜନସାଧାରଣ ଚାଉଳ ନେବାପାଇଁ ରାସ୍ତାରେ ବେଗ ରଖି ଲମ୍ବା ଲାଇନ ବାନ୍ଧିଥିବା ବେଳେ ଲୋକେ ସକାଳୁ ଆସି ଖରାରେ ଅପେକ୍ଷା କରିଅଛୁ ବୋଲି କହିଛନ୍ତି | ସରକାର କରୋନା ମହାମାରି ପାଇଁ ଲକଡାଉନ ବ୍ୟବସ୍ଥା କରିଛନ୍ତି ଏବଂ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଅବଲମ୍ବନ କରିବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଉଛନ୍ତି । ସେଥିପାଇଁ ପୋଲିସ ପ୍ରଶାସନଙ୍କୁ ସରକାର ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି।ଯଦି ସେମାନେ ନିଜେ ଦୂରତା ନରଖିବେ ତେବେ ଜନସାଧାରଣ କଣ ପାଇଁ ପୋଲିସ କଥା ମାନିବେ ଏବଂ ସରକାରଙ୍କୁ ସହଯୋଗ କରିବେ।ଆମ ଗଣମାଧ୍ୟମ ପ୍ରତିନିଧି ସେଠାକୁ ପହଞ୍ଚିବା ପରେ ସମସ୍ତ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ବାହାରକୁ ବାହାରି ଲୋକଙ୍କୁ ସଚେତନ କରିଥିବାର ଦେଖାଦେଇଥିଲା ।ତେବେ ସବୁ ସ୍ଥାନକୁ ଯଦି ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଲେ ସଚେତନ କରାଯିବ ତାହେଲେ ସରକାର ତାଉପରେ ଦୃଷ୍ଟି  ଦେବାପାଇଁ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts