ନନ୍ଦା ଓ ଭଦ୍ରା ଠାକୁରଙ୍କ ସେବାରୁ ବଞ୍ଚିତ ହେଲେ
ସାକ୍ଷୀଗୋପାଳ----- ପାଣିରେ ବର୍ଷକ ସାରା ବୁଡି କି ରହିଥାନ୍ତି ନନ୍ଦା ଓ ଭଦ୍ରା ଦୁଇଟି ଡଙ୍ଗା । ବର୍ଷକୁ ଥରେ ଅକ୍ଷିତୃତୀୟା ଆଗରୁ ପାଣିରୁ ଉଠି ଅପେକ୍ଷା କରିଥାନ୍ତି ଆଜିର ଦିନକୁ । ୨୧ ଦିନ ପ୍ରଭୁଙ୍କ ସେବାରେ ଲାଗିଥାନ୍ତି । ମାତ୍ର ଏ ବର୍ଷ ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଏହାକୁ ଲକ୍ଷ୍ୟ କରି ପୁରୀ ଶ୍ରୀ ମନ୍ଦିରରେ ଠାକୁରଙ୍କ ବାହାର ଚାପ ନୀତି କାନ୍ତି ବନ୍ଦ କରାଯାଇଛି । ମାତ୍ର ମନ୍ଦିର ପରିସରରେ ଠାକୁରଙ୍କ ଚାପ ନୀତିକାନ୍ତି କରାଯିବ ବୋଲି ନିସ୍ପତି ଗ୍ରହଣ କରାଯାଇଛି । ସାକ୍ଷୀଗୋପାନିଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ୱାଇଁ, ଓ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ମିଶ୍ର ଆଜି ସତ୍ୟବାଦୀ ସେବାୟତ ସଂଘର କର୍ମକର୍ତ୍ତା ମାନଙ୍କ ସହ ଆଲେଚନା କରି ଠାକୁରଙ୍କ ବାହାର ଚାପ ବନ୍ଦ କରିବା ପାଇଁ ନିସ୍ପତି ନେଇଛନ୍ତି । ଯାହା ଫଳରେକି ନନ୍ଦା ଓ ଭଦ୍ରା ଏ ବର୍ଷ ଠାକୁରଙ୍କ ସେବାରୁ ବଞ୍ଚିତ ହେଲେ । ମାତ୍ର ମନ୍ଦିରରେ ଆଜି ଠାରୁ ୨୧ ଦିନ ବାହାର ଚାପ ନୀତି କାନ୍ତି କରାଯିବ । ଚଳନ୍ତି ପ୍ରତିମା ମଦନମୋହନ ଚନ୍ଦନ ଖଟୁଲିରେ ବିଜେ କରିବେ । ମନ୍ଦିର ପରିସରରେ ଥିବା ଚନ୍ଦନମଣ୍ଡପକୁ ବିଜେ କରିବା ସହ ଚନ୍ଦନକୁଣ୍ଡରେ ରହିବେ । ଚନ୍ଦନଲାଗି ହେବା ସହ ପଣା ଓ ଚନ୍ଦନ ଯାତ ଭୋଗ କରାଯିବ । ଅନ୍ୟ ପକ୍ଷେ ସେବାୟତ ମାନେ ସେମାନଙ୍କ ଦାବି ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଆଇନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେବା ପାଇଁ ନିସ୍ପତି ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ‘
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ‘