Breaking News

ଗୁଆଳିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କରୋନା ସମ୍ପକୀୟ ଜରୁରୀ ବୈଠକ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ କାଳନ୍ଦୀ  ଚରଣ ଜେନାଙ୍କ ନେତୃତ୍ୱରେ ଗୁରୁବାର କରୋନା ସମ୍ପକୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ରାଜ୍ୟ ଓ ରାଜ୍ୟ ବାହାରରେ ୧୪୭ ଜଣ ପୁରୁଷ ମହିଳା ରହିଥିବା ତଦନ୍ତ କରୁଥିବା ଶିକ୍ଷକ ମାନଙ୍କ ଠାରୁ ଜଣାପଡିଛି । ଏମାନଙ୍କ ମଧ୍ୟରୁ ୧୨୦ ଜଣ ଗ୍ରାମକୁ ଫେରିବା ପାଇଁ ନାମ ଅନଲାଇନି ଓ ପଞ୍ଚାୟତ କାର୍ଯ୍ୟାଳୟ ରେ ନାମ ପଞ୍ଜିକରଣ କରି ସାରିଲେଣି । ଏମାନଙ୍କ ମଧ୍ୟରୁ ୧୦୦ ଜଣ ନିଶ୍ଚିତ ଭାବେ ଗ୍ରାମକୁ ଫେରିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ସରପଞ୍ଚ ଶ୍ରୀ ଜେନା । ଆଜିର ଏହି ବୈଠକରେ ପଞ୍ଚାୟତର ନୋଡାଲ ଅଫିସର ଫିଲବର୍ସ ଶବର, ମହିଳା ସ୍ୱାସ୍ଥ୍ୟ କର୍ମୀ କୈଶଲ୍ୟା ଦେଇ, ନ୍ୟାୟବ ସରପଞ୍ଚ ବ୍ରହ୍ମାନନ୍ଦ ପରିଡା, ଜିଆରଏସ ପବିତ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଆସନ୍ତା ତିନି ତାରିଖ ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ । ଏଥିରେ ପଞ୍ଚାୟତର ସମସ୍ତ ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ   ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଯୋଗଦେବା ପାଇଁ ସରପଞ୍ଚ ଶ୍ରୀ ଜେନା ନିବଦେନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts