Breaking News

ବାହାର ରାଜ୍ୟରୁ ଆସୁଥିବା ନଡିଆ ଟ୍ରକ ଗୁଡିକ ସାନିଟାଇଜି କରାଗଲା


 ସତ୍ୟବାଦୀ--- ସତ୍ୟବାଦୀରେ ଲକ ଡାଉନ ଆଇନ ଜାରି ରହିଛି । ମାତ୍ର ଏହି ଆଇନକୁ କିଛି ଯୁବକ ମାନେ ମାନୁନାହାନ୍ତି । ପୋଲିସ ଏମାନଙ୍କୁ ଧରିଲେ ଡାକ୍ତରଙ୍କ ଠାରୁ ହାତଲେଖା ଦେଖାଇ ଖସି ଯାଉଛନ୍ତି । ରାଜ୍ୟ ସରକାର କୃଷି ପାଇଁ କିଛି ଆଇନ କୋହଳ କରାଯାଇଛି । ଏହି ଅବସରରେ ଆନ୍ଦ୍ରପ୍ରଦେଶ ଓ ତାମିଲନାଡୁରୁ ଦୁଇଟି ଟ୍ରକ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାରରେ ପହଞ୍ଚିଥିଲା । ଏହି ଖବର ପାଇବା ପରେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ତୁରନ୍ତ ଗାଡି ଦୁଇଟିକୁ ଅଟକାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ବିଶୋଧନ କରାଇଥିଲେ  । ପରେ ପରେ ନଡିଆ ଆଣିଥିବା ବ୍ୟବସାୟୀଙ୍କ ଗୋଦାମକୁ ଟ୍ରକ ଯାଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts