ପୋଖରୀ ପାଣି ରେ ମିଶୁଛି ନର୍ଦ୍ଧମା ପାଣି
ବରଗଡ଼ -----ବରଗଡ଼ ଜିଲ୍ଲା ଅତାବିରା ଏନଏସି ଦେଇ ଭେଦ କରି ଯାଇଥିବା ଜାତୀୟ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଅଶୋକା ଵିଲଡ଼କାନର ଖାମ ଖିଆଳି ମନୋବୃତ୍ତି ଯୋଗୁଁ ଦିନକୁ ଦିନ ମଇଳା ପାଣି ନିଷ୍କାସନକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି।ସମଗ୍ର ସହରର ଡ୍ରେନେଜ ବ୍ୟବସ୍ଥା ତଥା ଅସମ୍ପୂର୍ଣ୍ଣ ଡ୍ରେନ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ସାମାନ୍ୟ ଅଦିନିଆଁ ବର୍ଷା ହେଲେ ସହରର ରାସ୍ତା ଘାଟରେ ମଇଳା ପାଣି ସହ ସହରରେ ବନ୍ୟାର ଦୃଶ୍ୟ ଦେଖିବାକୁ ମିଳିଛି।ଅପର ପକ୍ଷରେ ପୋଖରୀ ପାଣିରେ ନର୍ଦ୍ଧମା ପାଣି ମିଶିବାରୁ ସହରବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି। ଏବେ ଅଞ୍ଚଳ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ପାଲଟି ଥିବାବେଳେ ଜଳ ସଂରକ୍ଷଣ ଓ ଜଳର ଶୁଦ୍ଧତା ପ୍ରତି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା ହାତକୁ ନେଇ ତାହା ବାଟ ମାରଣ ହେଇ ସଫଳ ରୂପାୟନ ହେଇପାରୁନାହିଁ।କିନ୍ତୁ ଅତାବିରା ର ଏହି ନଳିଆ ନିକଟରେ ଥିବା ୱାର୍ଡ ନଂ ୪ ଓ ୬ରେ ବହୁ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ନାଳାର ଅଳିଆ ଆବର୍ଜନା ପାଣି ସାଙ୍ଗକୁ ଡ୍ରେନର ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ସହରର ସବୁ ମଇଳା ପାଣି ନଳିଆର ଗାଧୁଆ ତୁଠରେ ମିଶି ଅପରିଷ୍କାର ହୋଉଛି ବୋଲି ଲୋକମାନେ କହନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା କରୁଛନ୍ତି। ଏହି ନଳିଆ କୁହାଯାଉଥିବା ଛୋଟ ନଦୀ କୂଳରେ ଅଞ୍ଚଳପାଇଁ ଏକ(ସ୍ମଶାନ)ସ୍ୱର୍ଗଦ୍ୱାର ରହିଛି।ଲୋକେ ଶବ ଦାହ କଲାପରେ ଏଇ ନଦୀରେ ଗାଧୋଇ ଶୁଦ୍ଧ ହୁଅନ୍ତି।କିନ୍ତୁ ଏବେ ଏହାର ଏଇ ଶୋଚନୀୟ ଅବସ୍ଥା ଓ ଅପରିଷ୍କାର ଜଳରେ ଲୋକେ ଗାଧୋଇବା ଇଚ୍ଛା କରୁ ନଥିବାବେଳେ ସତେ ଯେମିତି ଅଞ୍ଚଳବାସୀଙ୍କ ପାଇଁ ଧୀରେ ଧୀରେ ଅଭିଶାପ ସଦୃଶ ହୋଇପଡିଛି। ଯାହା ଏହି ପାଣି ବ୍ୟବହାର କରି ବିଭିନ୍ନ ରୋଗାକ୍ରାନ୍ତ ହେଉଥିବାର ମଧ୍ୟ ଲୋକେ ଅଭିଯୋଗ କରନ୍ତି।ତେଣୁ ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।