Breaking News

ଏନସିସି ଓ ସ୍କାଉଟ ଛାତ୍ର ମାନେ କରୋନା ସଚେତନତା ଓ ମାସ୍କ ବଣ୍ଟନ କଲେ

ଡେଲାଙ୍ଗ ----- ଡେଲାଙ୍ଗ ହାଟ ଛକ ଠାରେ ମହତାବ ହାଇସ୍କୁଲର ଏନସିସି ଓ ସ୍କାଉଟ ଛାତ୍ର ମାନେ ରାସ୍ତା ରେ ଯାଉଥିବା ଜନସାଧାରଣଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସଚେତନତା କରାଇବା ସହ ଯେଉଁ ମାନେ ମୁହଁରେ ମାକ୍ସ ନ ଲଗାଇଥିଲେ ସେମାନଙ୍କୁ ଅଟକାଇ ମାକ୍ସ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ସନ୍ତୋଷ  କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ପିଲା ମାନଙ୍କୁ  ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ନଟବର ସେଠୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts