ସାରଙ୍ଗଯୋଡି ଭାଗବତ ମେଳଣ ଫିକା ପଡିଲା
ସାକ୍ଷୀଗୋପାଳ ----ରାଜ୍ୟରେ କରୋନା ନେଇ ସବୁଆଡେ ଲକ ଡାଉନ ଜାରି କରାଯାଇଛି । ହାଟ, ବଜାର, ଦେକାନ ଯାନି ଯାତ୍ର ସବୁ ବନ୍ଦ କରାଯାଇଛି । ସାରଙ୍ଗଯୋଡି ଦେଶ କୋଠ ଆନୁକୂଲ୍ୟରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ସାରଙ୍ଗଯୋଡି ଭାଗବତ ମେଳଣ ଅନୁଷ୍ଠିତ ହୋଇଯାଇଛି । ମାତ୍ର ଠାକୁରଙ୍କ ନୀତି କାନ୍ତି କରାଯାଇଛି । ମେଳଣରେ ନଥିଲା ଦେକାନ ବଜାର ବା ଲୋକଙ୍କର ଗହଳି । ହାତ ଗଣତି କେତେକ ସେବାୟତ ମାନଙ୍କୁ ଛାଡି ଦେଲେ ମେଳଣ ପଡିଆରେ ଆଉ କେହି ନଥିଲେ । ମେଳଣର ଥାନା ପତି ପତିତପାବନ ଠାକୁର । ନୀତିକାନ୍ତି ସରିବା ପରେ ସେବାୟତ ମାନେ ପରମ୍ପରା ଅନୁଯାୟୀ ଆଜ୍ଞା ମାଳ ଆଣି ମେଳଣ ପଡିଆରେ କରାଯାଇଥିବା ଛାମୁଣ୍ଡିଆ ତଳେ କଳସ ଉପରେ ରଖାଯାଇଥିଲା । କୁସୁମେଶ୍ୱର, ସାରଙ୍ଗଯୋଡି,ଶାସନ, ମର୍ଦ୍ଦମେଖ, ମଳୁଖପାଟଣା, ବାଇଁଶିବାଡି, ବଁ ପାଳ, ଦିହୁଡି ସାହି, ବେହେରା ସାହି, ପଣ୍ଡା ସାହି, ଚିଲପାଟଣା, ଓ ଆନନ୍ଦପୁର ଆଦି ଗ୍ରାମରୁ ପ୍ରାୟ ୨୨ ଗୋଟି ସୁ ସଜ୍ଜିତ ବିମାନରେ ମେଳଣକୁ ବିଜେ କରିଥଲେ । ଦେଶ କୋଠ ତରଫରୁ ପ୍ରତି ବିମାନ ପାଇଁ ଶୁଖିଲା ଭୋଗ ଅର୍ପଣ କରାଯାଇଥିଲା । ପୋଲାଙ୍ଗ ତେଲ ଦୀପ ଜାଳିବା ପାଇଁ ଦିଆଯାଇଥିଲା । ଗତବର୍ଷ ଫନି ଯୋଗୁ ସାରଙ୍ଗଯୋଡି ମେଳଣ କହିବାକୁ ଗଲେ ବନ୍ଦ ରହିଥିଲା । ଏ ବର୍ଷ କରୋନା ଯୋଗୁ ମେଳଣ ଫିକା ପଡିଗଲା ବୋଲି ଲୋକମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି