ଡାକପଡାରେ କରୋନା ଚାଉଲ ବଣ୍ଟନ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ଡାକପଡା ଗ୍ରାମରେ କରୋନା ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ରାଜ୍ୟ ସରକାର କରୋନା ପାଇଁ ରାଶନ କାର୍ଡ ଧାରି ମାନଙ୍କୁ ପ୍ରତି ମୁଣ୍ଡପିଛା ୫ କେଜି ଚାଉଳ ପ୍ରଦାନ କରିଛନ୍ତି । ଏହି ଚାଉଳ ବଣ୍ଟନ ସମୟରେ ବିଶେଷ କରି ସାମାଜିକ ଦୂରତା ରକ୍ଷା କରି ଚାଉଳ ଯେପରି ବଣ୍ଟନ ହେବ ସେ ଦିଗ ପ୍ରତି ନଜର ଦେବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ଡାକପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟଙ୍କ ତତ୍ୱବଧାନରେ ଡିଲର ଶ୍ୟାମ ସୁନ୍ଦର ଦଳାଇ ଚାଉଳ ବଣ୍ଟନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି