ଗରିବ ଲୋକଙ୍କୁ ମିଳିନି ରିଲିଫ
ବେଗୁନିଆ--- ସହରାଞ୍ଚଳରେ ଗରିବ ରାସନ କାର୍ଡଧାରୀ ନଥିବା ଲୋକଙ୍କୁ ରିଲିଫ ଯୋଗାଣ ଆରମ୍ଭ କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ ରାସନ କାର୍ଡ ନଥିବା ଲୋକଙ୍କୁ ରିଲିଫ ଚାଉଳ ମିଳୁନାହିଁ । ସେମାନଙ୍କୁ କେବେ ଯୋଗାଇ ଦିଆ ଯିବ ବୋଲି ସେମାନଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହେଉଛି ।ବହୁ ଅସହାୟ ଓ ଗରିବ ବ୍ୟକ୍ତି ଚାଉଳ ପାଇବାରୁ ଏବେ ବି ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି । ସେହିପରି ସହାରାଞ୍ଚଳରେ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ମାଗଣା ଚାଉଳଓ ଡାଲି ବଣ୍ଟନ କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ,ଅସହାୟ ରାସନ କାର୍ଡଧାରୀଙ୍କୁ ରିଲିିଫ ଚାଉଳ ବଣ୍ଟନ କେବେ କରାଯିବ ଆଲେଚନାର ବିସୟ ବସ୍ତୁ ହୋଇପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା