Breaking News

ଦିନ ଦ୍ବିପହରରେ ଦୁଆର ଆଗରୁ ମଟର ସାଇକେଲ ଚୋରି ; ପୋଲିସ କୁ ପୁଣି ଚାଲେଞ୍ଜ

 ଓଡ଼ଗାଁ - ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ ଚୋର ମାନଙ୍କର ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ସୂଚନା ଅନୁଯାୟୀ ଆଜି ଦିନ ଦୁଇ ଘଟିକା ସମୟରେ ମେଡିକାଲ ଛକ ନିବାସୀ ଶତୃଘ୍ନ ବେହେରା  ନିଜର ହିରୋ ହୋଣ୍ଡା ପ୍ୟାସନ ମଟର ସାଇକେଲ ନଂ ( ଓଡି, ୨୫,୩୬୪୨)ଟିକୁ ଦୁଆରେ ରଖିଥିଲେ । କିଛି ସମୟ ପରେ ଦେଖିଲା ବେଳକୁ   ଗାଡିଟି ଦୁଆରେ ନାହିଁ ।ଦ୍ୱିପ୍ରହର ସମୟରେ ଲୋକଙ୍କ ଯାତାୟାତ କମ ଥିବାରୁ ଗାଡିଟିକୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଜାଣି ପାରିଥିଲେ ।  ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଟର ସାଇକେଲ ଉଦ୍ଧାର ହେଇପାରନ୍ତା ବୋଲି ଅଭିଯୋଗକାରୀ ଶତୃଘ୍ନ ବେହେରା କହିଛନ୍ତି । ଅନ୍ୟ ପକ୍ଷେ ପୋଲିସ କୁ ଖୋଲା ଖୋଲି ଭାବେ ଚାଲେଞ୍ଜ ଦେଇଛନ୍ତି ମଟର ସାଇକେଲ ଚୋରମାନେ । ଦେଖାଯାଉ ଏହି ଚୋର ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଉଛି ନା ଆଗ ଚୋରି ପରି କେବଳ କେସ ରୁଜୁ କରି ହାତ ବାନ୍ଧି ବସି ରହୁଛନ୍ତି ତାହା ଦେଖିବା ପାଇଁ କୁରାଳ ଗ୍ରାମବାସୀ ଅପେକ୍ଷା କରିଛନ୍ତି ।

ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts