Breaking News

ସାକ୍ଷୀଗୋପିନାଥ ଠାକୁରଙ୍କ ଚାପ ବାହାରେ ହେବ ନାହିଁ


ସାକ୍ଷୀଗୋପାଳ -----  ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ଏହାକୁ ଲକ୍ଷ୍ୟ କରି  ପୁରୀ ଶ୍ରୀ ମନ୍ଦିରରେ ଠାକୁରଙ୍କ ଚାପନୀତି କାନ୍ତି ବନ୍ଦ କରାଯାଇଛି । ମାତ୍ର ମନ୍ଦିର ପରିସରରେ ଠାକୁରଙ୍କ ଚାପ ନୀତିକାନ୍ତି କରାଯିବ ବୋଲି ନିସ୍ପତି ଗ୍ରହଣ କରାଯାଇଛି ।  ଏହାକୁ ଲକ୍ଷ୍ୟ କରି ସାକ୍ଷୀଗୋପାଳ ଠାକୁରଙ୍କ ଚାପ ସେହିପରି ବାହାରେ ହେବ ନାହିଁ ।  ମନ୍ଦିର ପରିସରରେ ଠାକୁରଙ୍କ ବାହାର ଚାପ ନୀତି ହେବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।  ଅନ୍ୟ ପକ୍ଷେ ଚନ୍ଦନ ପୋଖରୀରେ ନନ୍ଦା, ଭଦ୍ରା ଅପେକ୍ଷାରତ ଅଛନ୍ତି । ମନ୍ଦିର ପରିଚାଳନା ପକ୍ଷରୁ ପୁରୀରେ ଚାପ ବନ୍ଦ କରାଯାଇଛି ଏଣୁ ଏଠାରେ ଚାପ ବନ୍ଦ କରାଯିବ ବୋଲି ଏଥିରେ ସହଯୋଗ କରିବା ପାଇଁ ଏକ ପତ୍ର ସାକ୍ଷୀଗୋପିନାଥ ସେବାୟତ ସଂଘକୁ ଦିଆଯାଇଥିବା ଜଣାପଡିଛି । ଆସନ୍ତା କାଲି ୧୧ଟା ସମୟରେ ମନ୍ଦିର କାର୍ଯ୍ୟାଳୟରେ ଶେଷ ନିସ୍ପତି ନିଆଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ବର୍ଷକୁ ଥରେ ଠାକୁର ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡା କରି ଥାନ୍ତି । ଏଥିପାଇଁ ଠାକୁରଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥାଏ । ମାତ୍ର ଏ ବର୍ଷ ରାଜ୍ୟରେ କରୋନା ମହ।।ମରୀ ଯୋଗୁ ଲକ ଡାଉନ ଜାରି କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts