Breaking News

ଅଦିନିଆ ବର୍ଷାରେ ସାକ୍ଷୀଗୋପାଳ ବଡ ବଜାର ଜଳବନ୍ଦୀ


ସାକ୍ଷୀଗୋପାଳ -----ସାକ୍ଷୀଗୋପାଳରେ ଶୁକ୍ରବାର ରାତିରୁ ବର୍ଷା ଆରମ୍ଭ ହୋଇଛି । କିଛି ସମୟ ବର୍ଷାରେ ସାକ୍ଷୀଗୋପାଳ ବଡ ବଜାର ପାଣିରେ ଜଳ ବନ୍ଦୀ ହୋଇ ରହିଛି । ଏପରିକି ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚତାର ପାଣି ଲହଡି ମାରୁଛି । ପାଣି ନିସ୍ପାସନ ପାଇଁ କୌଣସି ସୁବନ୍ଦୋବସ୍ଥ କରାଯାଇନାହିଁ । ଆଗରୁ ବର୍ଷା ଜଳ ବଜାର ମଧ୍ୟରେ ଖାଲି ପଡିଥିବା ଯାଗା ଦେଇ ପାଣି ନିଷ୍କାସନ ହେଉଥିଲା । ମାତ୍ର ସେଠାରେ ଘର ହୋଇ ଯିବାରୁ ରାସ୍ତା ପାଣି ନିଷ୍କାସନ ନ ହୋଇ ରାସ୍ତା ଉପରେ ପାଣି ଲହଡି ମାରୁଛି । ଯାହା ଫଳରେକି ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇଛି । ଗତ ବର୍ଷ ମଧ୍ୟ ଏହି ଅବସ୍ଥା ଜାରି ରହିଥିଲା । ପୂର୍ତ୍ତ ବିଭାଗ ଜେଇ ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ । ଲୋକଙ୍କୁ ମନ ବୁଝିବା ପରି ରାସ୍ତା କାମ ହେବ ସେ ସମୟରେ ପାଣି ନିଷ୍ମାସନ କରାଯିବ ବୋଲି କହି ଚାଲିଛନ୍ତି । ପାଣି ଜମିବା ଦ୍ୱାରା ରାସ୍ତାରେ ଖାଲ ଖମା ସୃଷ୍ଟି ହେଉଛି ଏହାକୁ ଦେଖାଇ ପ୍ରତି ବର୍ଷ ନିମ୍ନ ମାନର କାମ କରି ଏକ କିଲୋମିଟର ପିଚୁ କରାଯାଇଛି ବୋଲି ବିଲ ହୋଇଥିବାର ବିଭାଗର ଜଣେ କର୍ମଚାରୀଙ୍କ ଠାରୁ ଜଣାପଡିଛି । ସେହିପରି ରାସ୍ତାରେ ପାଣି ଜମିବା ନିତିଦିନିଆ ଘଟଣା ସହ ଖାଲ ଖମାରେ ପଡି ଲୋକମାନେ ମେଡିକାଲ ଯିବା ଏହା ମଧ୍ୟ ନିତିଦିନିଆ ଘଟଣା ହୋଇଛି ବୋଲି ବଡ ବଜାରର ବ୍ୟବସାୟୀ ମାନେ କହନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts