Breaking News

ଅଜଣା ରୋଗରେ ଚାଷୀ ହନ୍ତସନ୍ତ,କ୍ଷୟକ୍ଷତି ଆକଳନ ପାଇଁ ଦାବି


 ବରଗଡ଼----  ସାରା ବିଶ୍ୱରେ କରୋନା ଭୟ।ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାକୁ ବସିଥିବାବେଳେ ଲୋକେ ଘରୁ ବାହାରିବା ପାଇଁ ମୁସ୍କିଲ ହେଇପଡିଛି।କରୋନା ଭୟ ସାଙ୍ଗକୁ ଦୈବୀ ଦୁର୍ବିପାକର ଭୟ ତା ଠାରୁ ବଳି ପଡୁଛି।ଏବେ ପୁଣି ଧାନ ପାକଳ ଅବସ୍ଥାରେ ଅଜଣା ରୋଗର ଶିକାର ।  ଚାଷୀ ଚିନ୍ତାରେ ଭାଙ୍ଗିପଡିଛି।ଯାହା ଦେଖିବାକୁ ମିଳିଛି ବରଗଡ଼ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ ଲହଣ୍ଡା ମୌଜା ନିଲେଇ ପାଲି ଚାଷୀଙ୍କ କ୍ଷେତ୍ରରେ। ଅଞ୍ଚଳଟି ପ୍ରାୟତଃ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷୀ କେତେବେଳେ ଯେ ନକଲି କୀଟନାଶକ ତ ଆଉ କେତେବେଳେ କୃଷି ବିଭାଗର ନିମ୍ନ ମାନର ବିହନ  ଅବହେଳା ଯୋଗୁଁ ଚାଷୀକୂଳ ନିସ୍ତାର ପାଇପାରୁନାହିଁ।ତା ଉପରେ ପୁଣି ଦୈବୀ ଦୁର୍ବିପାକର ତଥା ଧାନ ଚାଷ ଆରମ୍ଭରୁ ପାକଳ ହେବା ପର୍ଯ୍ୟନ୍ତ ଚାଷୀ ଶୋଷଣର ଶିକାର ହେଉଛି ।  କ୍ଷୟକ୍ଷତି ଆକଳନ କରିବା ପାଇଁ ତହସିଲ ଓ କୃଷି ବିଭାଗକୁ ଘେରି ଦାବି ପତ୍ର ପ୍ରଦାନ କରି ତୁରନ୍ତ ସର୍ଭେ କରିବାକୁ ଦାବି କରିଛନ୍ତି ଚାଷୀ । ଏନେଇ ତହସିଲଦାର ହୃଦାନନ୍ଦ ଅଡ୍ଡାଙ୍କୁ ପଚାରିବାରୁ ତଦନ୍ତ କରି ଅତିଶୀଘ୍ର ତାର ସମାଧାନ କରିବୁ ବୋଲି କହିଥିଲେ । ନକଲି ଔଷଧ ତଥା ନକଲି ବିହନକୁ ପ୍ରୋତ୍ସାହନ ଦେଉଥିବା  ଅତାବିରା କୃଷି ବିଭାଗ ଅଧିକାରୀ ମାମୁନି ଭୋଇଙ୍କୁ ପଚାରିବାରୁ ନିଜ ବିଭାଗର ଦୋଷକୁ ଲୁଚାଇବାକୁ ଯାଇ କାର୍ଯ୍ୟରତ ଗଣମାଧ୍ୟମକୁ ମଧ୍ୟ କାର୍ଯ୍ୟରେ ବାଧାପ୍ରାପ୍ତ କରିଥିଲେ।ତେବେ ଏନେଇ ସ୍ୱାର୍ଥ ଦିଗରେ ତଥା ମନମାନି ଭାବେ କାର୍ଯ୍ୟ ଚଳାଉଥିବା ଅତାବିରା କୃଷି ବିଭାଗ  ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାାୀ ସଂଗଠନ ପକ୍ଷରୁ ଦାବି ହେଉଛି।ନଚେତ ଆଗାମୀ ଦିନରେ ଚାଷୀ ମହଲରେ ବିରାଟ ଜନଆନ୍ଦୋଳନ ହେବାର ସମ୍ଭାବନା ରହିଛି ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି।
ନବୀନ ଦାଶଙ୍କ ରିପୋର୍ଟ.....

Blog Archive

Popular Posts