ଶିକ୍ଷକ ଶିକ୍ଷୟିତ୍ରୀ ନିଜ କର୍ତ୍ତବ୍ୟରେ ଅବହେଳା ; କାରଣ ଦର୍ଶାଅ ନୋଟିସ
କନ୍ଧମାଳ---- କରୋନା ସମୟରେ ଦାରିଙ୍ଗବାଡିରୁ ୮୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିବା ଜଣାପଡିଛି । ଭୟାଭହ କରୋନାର ମୁକାବିଲା ପାଇଁ ସରକାର ଦେଶବ୍ୟାପି ଲକଡାଉନ ଘୋଷଣା କରିଛନ୍ତି । ଡାକ୍ତର, ସ୍ବାସ୍ଥ୍ୟକର୍ମୀ ,ପୋଲିସ ଠାରୁ ଆରମ୍ଭକରୀ ଅନାନ୍ୟ ସରକାରୀ କର୍ମଚାରୀ କୋଭିଡ ୧୯କୁ ପ୍ରତିହିତ କରିବାପାଇଁ ଅହରହ ସଂଗ୍ରାମ କରୁଛନ୍ତି । କିନ୍ତୁ ସରକାରୀ ନିୟମକୁ ଅବମାନନା କରି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ନିଜ ଗାଁକୁ ବାହାର ଜିଲ୍ଲାକୁ ପଳାଇଥିବା ଦେଖିବାକୁ ମିଳିଛି। ସରକାର ମାର୍ଚ୍ଚ ୧୬ ତାରିଖରେ ଚିଠି ସଂଖ୍ୟା ୫୯୬୬ /ଏସ ଏମ ଇ ତା ୧୬/୩ରେ ରାଜ୍ୟର ସମସ୍ତ ସ୍କୁଲ କଲେଜ ଅଙ୍ଗନୱାଡି କେନ୍ଦ୍ର ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଥିଲେ ।କିନ୍ତୁ ସମସ୍ତେ ନିଜନିଜ ସଦରମହକୁମାରେ ରହିବେ କୌଣସି ପରିସ୍ଥିତିରେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଗାଁକୁ ନଯିବାଲାଗି କଡା ନିର୍ଦ୍ଦେଶ ରହିଛି ।ହେଲେ ଏହିଭଳି ପରିସ୍ଥିତିରେ ଚବିଶ ଘଣ୍ଟା ନପରୁଣୁ ଜିଲ୍ଲାରେ ଚାକିରୀ କରୁଥିବା ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଲୁଚିଛପି ନିଜବ୍ଲକ ଛାଡି ଗାଁକୁ ପଳାଇଥିବା ଦେଖାଯାଇଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ କେଉଁବ୍ଳକରେ କେତେ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଅଛନ୍ତି ଆଉ କେତେ ଶିକ୍ଷକ ଶିକ୍ଷୟତ୍ରୀ ସଦରମହକୁମା ଛାଡିଛନ୍ତି ତାହାର ତଦନ୍ତ କରି ରିପୋର୍ଟ ଦେବାଲାଗି ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ଳକ ଶିକ୍ଷାଅଧିକାରୀ ମାନେ ନିଜ ବ୍ଳକର ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତର ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବା ସହ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି।ତଦନ୍ତ ବେଳେ ଦାରିଙ୍ଗବାଡି ବ୍ଳକର ୮୭ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି।ବୁଡାଗୁଡା ଓ ଗୁମିକିଆ ଗ୍ରାମପଞ୍ଚାୟତରୁ ୧୫ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ସଦରମହକୁମାରେ ଅନୁପସ୍ଥିତ ଥିବା ସଂପୃକ୍ତ ସରପଞ୍ଚ ଅଭିଯୋଗ କରିଛନ୍ତି।;ଅନୁପସ୍ଥିତ ୧୫ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସିଆର ସି ସି ଓ ବି ଇ ଓ ସେମାନଙ୍କ ନାମକୁ ବାଦଦେଇଥିବା ଅଭିଯୋଗ ହେଉଛି। ସି ଆର ସି ସି ମାନେ ସଂପର୍କରେ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତ ରିପୋର୍ଟ ଜାଣିଶୁଣି ବି ଇ ଓ ଙ୍କୁ ଦେଇନଥିବା କୁହାଯାଉଛି ।ଦାରିଙ୍ଗିବାଡି ବ୍ଳକର ଦୁଇଟି ଗ୍ରାମପଞ୍ଚାୟତର ପ୍ରାୟ ୧୫ ରୁ ଉର୍ଦ୍ଧ ବାଦ ଦିଆଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ହେଲେ ବାଦୁଙ୍ଗିଆ ୟୁ ପି ଏସର ଜଣେ ଶିକ୍ଷକ ,ଡଗମାହା ୟୁ ପି ଏସର ଦୁଇ ବୁଡାଗୁଡା ପି ଏସର ଜଣେ ଏବଂ ଜଣେ ଶିକ୍ଷୟତ୍ରୀ ,ବୁଡାଗୁଡା ୟୁଜି ଏଚ ଏସର ଚାରିଜଣ ଶିକ୍ଷକ ଦାଣ୍ଡାରମୁଣ୍ଡା ପି ଏସର ଜଣେ ଶିକ୍ଷକ ସିରିଶିପାଙ୍ଗାର ଜଣେ ଶିକ୍ଷୟତ୍ରୀ କୁନ୍ଦୁପାଙ୍ଗା ୟୁ ପି ଏସର ଜଣେ ଶିକ୍ଷୟତ୍ରୀ ଅଲିମାହା ୟୁଜି ଏଚ ଏସର ଦୁଇଜଣ ଶିକ୍ଷକ ଅନୁପସ୍ଥିତ ଥିବା ସତ୍ତ୍ବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କାହିଁକି ଦିଆଯାଇନାହିଁ ବୋଲି ସଂପୃକ୍ତ ସରପଞ୍ଚ ଓ ଗ୍ରାମବାସୀ ପ୍ରଶ୍ନକରିଛନ୍ତି। ଉଚ୍ଚକତ୍ତୃପକ୍ଷଙ୍କ ଦ୍ବାରା ତଦନ୍ତକରି ବାଦ ଦିଆଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ସେହିପରି ଜାଣିଶୁଣି ଉଦ୍ଦେଶ୍ୟ ମୂଳକଭାବେ ନାମ କାଟିଥିବା ସି ଆର ସି ସି ଓ ବି ଇ ଓ ଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ବୁଡାଗୁଡା ସରପଞ୍ଚ ନିକିତା ପ୍ରଧାନ ଗୁମିକିଆ ସରପଞ୍ଚ ନିବଦିନି ପ୍ରଧାନ ସମାଜସେବୀ କଳାମଣି ପାତ୍ର ,ସାଙ୍ଗରା ପ୍ରଧାନ ପ୍ରମୁଖ ଦାବୀକରିଛନ୍ତି। ଜିଲ୍ଲାପାଳ ତୁରନ୍ତ ଏ ଦିଗ ପ୍ରତି ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। କନ୍ଧମାଳରୁ ମନୋଜ କୁମାର ପଣ୍ଡା