ଲକ ଡାଉନରେ କେନାଲ ସଫେଇ
ସାକ୍ଷୀଗୋପାଳ ---- ରାଜ୍ୟରେ ଲକ ଡାଉନ ଜାରି ରହିଛି । ଦେକାନ ବଜାର ଠାରୁ ସ୍କୁଲ, କଲେଜ ସବୁ ବନ୍ଦ ରହିଛି । ଏହି ସମୟରେ କିଛି କରିବାର ଲକ୍ଷ୍ୟ ନେଇ ଜଣେ ଶିକ୍ଷକ କେନାଲ ସଫେଇ କରିଛନ୍ତି । ଜଳ ସେଚନ ବିଭାଗକୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କେହି ନ ଶୁଣିବାରୁ ନରେନ୍ଦ୍ରପୁର ପ୍ରାଥମିକ ଶିକ୍ଷକ ରଘୁନାଥ ସେଠୀ ଏବେ ବଡହାଟ ମାଇନର କେନାଲ ସଫେଇ ଆରମ୍ଭ କରିଛନ୍ତି । ବିଶେଷ କରି କେନାଲରେ ଅଳିଆ ଅବଜ୍ଜନା ରହିବାରୁ ମଶା, ମାଛି, ପୋକ ହେଉଥିବାରୁ ସେ ନିଜେ କେନାଲ ପରିସର ସଫେଇ ଆରମ୍ଭ କରିଛନ୍ତି । ଲକ ଡାଉନ ସମୟରେ କିଛି କରିବା ଲକ୍ଷ୍ୟ ନେଇ ସେ ଏହି କାର୍ଯ୍ୟ କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ