Breaking News

ବାଘେରା ସାହି କମିଟି ପକ୍ଷରୁ ମାସ୍କ ବଣ୍ଟନ



ଓଡ଼ଗାଁ --- ଦିନକୁ ଦିନ କରୋନାର ଭୟାବହତା ରାଜ୍ୟରେ ବଢିବାକୁ ଲାଗିଛି।ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର  ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ  ବାଧ୍ୟତାମୂଳକ କରିଛନ୍ତି ।ମହାମାରୀ କରୋନାକୁ ପ୍ରତିହତ କରିବା ନିମନ୍ତେ ବଢୁଛି ମାସ୍କ ବିକ୍ରିର ଚାହିଦା । ଦୋକାନରେ ଚଢା ଦର ,ଲାଗୁଛି ଲମ୍ବା ଲାଇନ ।ମାସ୍କକୁ ନେଇ ସାରା ରାଜ୍ୟରେ ଅଭାବୀ ବିକ୍ରି ସୃଷ୍ଟି ହେଇଥିବା ବେଳେ ଜନସାଧାରଣ ମାନଙ୍କୁ ମାଗଣାରେ ମାସ୍କ ଯୋଗାଇବାକୁ ଆଗେଇ ଆସିଛନ୍ତି ବାଘେରା ସାହି ପରିଚାଳନା କମିଟି ।
ସୂଚନାଯୋଗ୍ୟ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମପଞ୍ଚାୟତର ବାଘେରା ସାହି ପରିଚାଳନା କମିଟି ତରଫରୁ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ମାସ୍କ ବଣ୍ଟନ କରାଯାଇଅଛି । ସରପଞ୍ଚ ଶ୍ୱେତାଲୀନ ମିଶ୍ର ,ସଭାପତି ଓ ଆଇନଜୀବୀ ମନୋଜ ପଟ୍ଟନାୟକ, ୱର୍ଡ ସଦସ୍ୟ କାଶୀନାଥ ମଣ୍ଡଳ ଓ   ଅର୍ଜୁନ ଡାକୁଆ ପ୍ରମୁଖ ଯୋଗଦାନ କରିଥିଲେ।ଗଜେନ୍ଦ୍ର ମହାରଣା ଏବଂ ସୁଧାଂଶୁ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।୍ ୧୫୦ଟି ପରିବାରଙଏ ଏଥିରେ ଉପକୃତ ହେଇଛନ୍ତି । 
କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts