Breaking News

ଅମାନିଆଙ୍କୁ ସାବାଡା କଲା ଡେଲାଙ୍ଗ ପୋଲିସ ; ୧୭ ଗାଡି ଜବତ

ଡେଲାଙ୍ଗ -----ରାଜ୍ୟରେ କରୋନା ଯୋଗୁ  ସରକାର ଲକ ଡାଉନ ଜାରି କରିଛନ୍ତି । କାମ ନ ଥିଲେ ଘରୁ କେହି ବାହାରକୁ ବାହାର ନାହିଁ ।  ଆବଶ୍ୟକତା ନ ଥିଲେ ଗାଡି ନ ଚଳାଇବା ପାଇଁ କଡା କଡି ନିର୍ଦ୍ଦେଶ ରହିଛି ।  ମାତ୍ର ଡେଲାଙ୍ଗରେ କିଛି ଅମାନିଆ ଯୁବକ  ଲକଡାଉନ ସମୟରେ  ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମଟର ସାଇକେଲ ଧରି ବଜାରରେ ବୁଲୁଥିବାର ଦେଖାଯାଇଥିଲା । ଏହାକୁ ନଜର କରି ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ୧୭ ଗୋଟି ଗାଡି କୌଣସି କାରଣ ନ ଥାଇ ଲକ ଡାଉନ ସମୟରେ ଗାଡି ଧରି ବୁଲୁଥିବାରୁ ଜବତ କରିବା ସହ ସେମାନଙ୍କ ନାମରେ କେସରୁଜ କରାଯାଇଥିବା ଜଣାପଡିଛି ।
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts