ଅଙ୍ଗନବାଡି କର୍ମୀଙ୍କୁ ମାସ୍କ, ସାନିଟାଇଜର ଏବଂ ଗ୍ଲୋବସ ବଣ୍ଟନ
ଓଡ଼ଗାଁ-ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଅସୀମ ଧର୍ଯ୍ୟର ସମ କାମ କରୁଥିବା ଅଙ୍ଗନବାଡି କର୍ମୀମାନଙ୍କୁ ଏଫ. ଇ.ଏସ ଆନନ୍ଦ, ଗୁଜୁରାଟ ଦ୍ୱାରା ଗ୍ଲୋବସ, ସାନିଟାଇଜର ଏବଂ ମାସ୍କ ବଣ୍ଟନ କରାଯାଇଛି । ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ର ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ଲହଡ଼ିମାଳା ପ୍ରଧାନ ଓ ସୁପରଭାଇଜ଼ର , କର୍ମଚାରୀ ମାନଙ୍କ ସହିତ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଜାତୀୟ ସ୍ତରରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି (ଏଫ. ଇ.ଏସ)ଦ୍ୱାରା ପ୍ରଦତ୍ତ କରୋନା ମୁକାବିଲା ପାଇଁ ମାସ୍କ ,ଗ୍ଲୋବସ ଓ ସାନିଟାଈଜ଼ର ବଣ୍ଟନ କରାଯାଇଛି । ଏଫ. ଇ.ଏସ ର ସହଯୋଗୀ ଅନୁଷ୍ଠାନ ଜଙ୍ଗଲ ସୁରକ୍ଷା ମହାସଂଘ ,ନୟାଗଡ଼ ର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ରହିବା ସହ
କରୋନା ଲଢେଇରେ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ଶ୍ରୀ ପ୍ରଧାନ ଉତ୍ସାହିତ କରିବା ସହ ସାଧୁବାଦ ଜଣାଇଛନ୍ତି ।
କୁରାଳରୁ ଅର୍ଜୁନ ସାହୁ