Breaking News

ଆଶା ଦିଦିଙ୍କ ପାଇଁ ଶୋକ ସଭା ଓ ଆର୍ଥିକ ସହାୟତା


ଡେଲାଙ୍ଗ ----- ରାଜ୍ୟରେ  କରୋନା ଭୂତାଣୁ ପାଇଁ   ସରକାର ଚିନ୍ତିତ ।  ଏହି ଅବସରରେ ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତର ମାର୍ଥାପୁର ଗ୍ରାମର ଆଶା ର୍କମୀ ରୀନା ବେହେରାଙ୍କର ଅକାଳ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଆଗରୁ ସେ ସମସ୍ତଙ୍କ ଘରକୁ ଘର ବୁଲି କରୋନା ଠାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପ୍ରଚାରପତ୍ର ଓ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଆଶା କର୍ମୀ, ଆଶା ସାଥି, ସ୍ୱାସ୍ଥ୍ୟକର୍ମୀ, ମେଡିକାଲର ସମସ୍ତ କର୍ମଚାରୀ ଓ ଡାକ୍ତର ମାନେ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିଥିଲେ । ଶେକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ୧୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts