ବିରି,ମୁଗ, କୋଳଥ ଅମଳ କରିବାରେ ବାଧକ ସାଜିଛି କାଳବୈଶାଖୀ
ସାକ୍ଷୀଗୋପାଳ ---- ସତ୍ୟବାଦୀରେ ବିଭିନ୍ନ ଗହିର ମାନଙ୍କରେ ବିରି, କୋଳଥ, ମୁଗ ଅମଳ ଆରମ୍ଭ ହୋଇ ଯାଇଛି । ଗୋଟିଏ ପଟେ ରାଜ୍ୟ ସରକାର କରୋନା ଯୋଗୁ ଲକ ଡାଉନ ଜାରି କରିବା ସହ କାମ ଧନ୍ଦା ବନ୍ଦ ହୋଇଯାଇଛି । ଏବେ ରାଜ୍ୟ ସରକାର ଲକ ଡାଉନ କୋହଳ କରିବା ସହ କୃଷି ସମାଗ୍ରୀ ବା କୃଷି ଜାତୀୟ ଦ୍ରବ୍ୟ ଅମଳ କରିବା ପାଇଁ ସମସ୍ତ ନିୟମ କୋହଳ କରିଛନ୍ତି । ମାତ୍ର ନିୟମ କୋହଳ ହେବା ବେଳକୁ ଦାଉ ସାଜିଛି ଅଦିନିଆ ବର୍ଷା ବା କାଳବୈଶାଖୀ । ଖରାରେ ବିରି, ମୁଗ, କୋଳଥ ମଞ୍ଜି ସବୁ ଶୁଖିକି ରହିଥିବା ବେଳେ ଅସରାଏ ବର୍ଷା ହୋଇଗଲେ ମଞ୍ଜି ଗୁଡିକ ଫାଟି ଯାଉଥିବା ଚାଷୀ ମାନେ କହନ୍ତି । ବର୍ଷା ହେଲେ ଓପାଡିଥିବା ଗଛ ଗୁଡିକ ପାଣିରେ ପୋଚି ଯାଉଛି ବୋଲି ଚାଷୀ ପୂର୍ଣ୍ଣଚନ୍ଦ୍ର ବେହେରା କହନ୍ତି । କରୋନା ପରେ ଏବେ ଚାଷୀଙ୍କ ଉପରେ ଦାଇ ସାଜିଛି ଅଦିନିଆ ବର୍ଷ ବା କାଳବୈଶାଖୀ ବୋଲି ସେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି