ଡେଲାଙ୍ଗ ବ୍ଳକରେ କରୋନାକୁ ନେଇ ପଞ୍ଚାୟତ ଓ ବ୍ଳକ ମଧ୍ୟରେ ତାଳମେଳ ରହୁନାହିଁ
ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ କରୋନା ନେଇ ଚାଲିଥିବା ଆୟୋଜନ ଏକ ପ୍ରହସନରେ ପରିଣତି ହୋଇଛି ବୋଲି କେତକ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ମାନେ କହନ୍ତି । ଏପରିକି ବିଡିଓଙ୍କ କରୋନା ପରିଚାଳନା ସଠିକ ରହୁନାହିଁ ବୋଲି ଜଣାପଡିଛି । ରାଜ୍ୟ ସରକାର ରାଜ୍ୟ ଓ ରାଜ୍ୟ ବାହାରରେ ଥିବା ବ୍ୟକ୍ତି ବିଶେଷ ମାନଙ୍କ ଏକ ତାଲିକା ପ୍ରସ୍ତୁତି କରିବା ପାଇଁ ଅଙ୍ଗନୱାର୍ଡି କର୍ମୀ, ବିଏଲଓ, ଆଶା, ୱାର୍ଡ ସଭ୍ୟ ସଭ୍ୟା, ଶିକ୍ଷକ ମାନଙ୍କୁ ଉକ୍ତ କାର୍ଯ୍ୟରେ ନିୟାଜିତ କରିଥିଲେ । ମାତ୍ର ପଞ୍ଚାୟତ ପକ୍ଷରୁ ସଂଗ୍ରହ କରାଯାଇଥିବା ତାଲିକା ସଂଖ୍ୟା ଗୋଟିଏ ଥିବା ବେଳେ ବ୍ଳକ ପ୍ରଶାସନ ପାଖରେ ଏକ ସଂଖ୍ୟା ରହିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଜାୟତରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା କହନ୍ତି ଆମେ ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାର୍ଡି କର୍ମୀ, ଆଶା ଦିଦି, ବିଏଲଓଙ୍କ ଠାରୁ ବାହାରେ ଥିବା ଲେକମାନଙ୍କ ସଂଖ୍ୟା ସଂଗ୍ରହ କରିଛୁ । ରାଜ୍ୟ ଓ ରାଜ୍ୟ ବାହାରେ ୯୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ ଗ୍ରାମକ ଫେରିବା ପାଇଁ ଫୋନ ମାଧ୍ୟମରେ ବା ଅନ ଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ସହ ତାଙ୍କ ପରିବାର ପକ୍ଷରୁ ଫଟୋ, ଆଧାରକାର୍ଡ, ବ୍ୟାଙ୍କ ଆକଉଣ୍ଟର ଜେରକ୍ସ ପଞ୍ଚାୟତ କାର୍ଯ୍ୟାଳୟ ରେ ଦାଖଲ କରିଛନ୍ତି । ମାତ୍ର ବ୍ଳକ ପ୍ରଶାସନ ପକ୍ଷରୁ ମାତ୍ର ୪୮ ଜଣଙ୍କ ନାମ ତାଲିକା ଭୁକ୍ତ କରାଯାଇଛି । ସରପଞ୍ଚ ଶ୍ରୀ ପରିଡା ପ୍ରଶ୍ନ ଉଠାଇଛନ୍ତି ଯେ ବ୍ଳକ ବିଡିଓ ଏହି ତାଲିକା ବା ନାମ କେଉଁଠାରୁ ପାଇଲେ । କ’ଣ ପାଇଁ ପଞ୍ଚାୟତ ସହିତ ସମ୍ପର୍କ ରଖିଲେ ନାହିଁ । କିମ୍ବା ସିଡିପିଓଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ ନ କରି କିପରି ମନଇଛା ତାଲିକା ପ୍ରସ୍ତୁତି କରିଲେ ତାହା ଏବେ ଆଚାର୍ଯ୍ୟ ଲାଗୁଛି । ସମନ୍ନୟ ଅଭାବରୁ ଏହି ସମସ୍ୟା ଦେଖାଯାଇଛି ବୋଲି ଶ୍ରୀ ପରିଡା କହିଛନ୍ତି । ଏପରିକି ପଞ୍ଚାୟତରେ କେତଟି ବେଡ ପଡିବ ତାହା ମଧ୍ୟ ବିଡିଓ ସଠିକ କହି ପାରୁନାହାନ୍ତି । ଏ ସମ୍ପର୍କରେ ପଚାରିଲେ ସେ କହନ୍ତି ଜିଲ୍ଲାରୁ ସେପରି କୌଣସି ଚିଠି ଆସିନାହିଁ । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗରେ ନର୍ଜର ଦେକାବୁ ଦାବି ହେଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି